ଇରଫାନ ପଠାନଙ୍କୁ ଶଶି ଥରୁର କାହିଁକି India’s Lost Boy’s କହିଥିଲେ ?

1 min read

ନନ୍ଦିଘୋଷ ବ୍ୟୁରୋ: ଇରଫାନ ପଠାନ…ଭାରତୀୟ କ୍ରିକେଟର ତାରକା ଯାହାଙ୍କ ତୁଳନା ମହାନ ପାକିସ୍ତାନୀ କ୍ରିକେଟର ୱାସିମ ଆକ୍ରମଙ୍କ ସହ କରାଯାଏ। ଇରଫାନ ଜଣେ ଘାତକ ବୋଲର ଭାବେ ବେଶ ପରିଚିତ । ୱାସିମ ଆକ୍ରମଙ୍କ ଆକ୍ରାମଣାତ୍ମକ ବୋଲିଂକୁ ଟକ୍କର ଦେଉଥିଲେ ଇରଫାନ । କେବଳ ବୋଲିଂ ନୁହଁ ବ୍ୟାଟିଂରେ ଇରଫାନ ମଧ୍ୟ ଅପରାଜେୟ ଥିଲେ। ଓପନିଂରେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ଇରଫାନ୍ । ଯେତେବେଳେ ତାଙ୍କୁ ପିଞ୍ଚ ହିଟର କରାଯାଇଥିଲା ସେଥିରେ ମଧ୍ୟ ସେ ନିଜର ଶକ୍ତି ଦେଖାଇଥିଲେ। ଏତେ ଦକ୍ଷତା ଥିବା ସତ୍ତ୍ୱେ, ମଧ୍ୟ ଇରଫାନ କ୍ରିକେଟ କ୍ୟାରିଅର ଅଧିକ ଦିନ ତିଷ୍ଠି ପାରିନଥିଲେ । ବାରମ୍ବାର ଇନଜୁରୀ କାରଣରୁ ସମୟ ପୂର୍ବରୁ ସେ କ୍ରିକେଟରୁ ଅବସର ନେବାକୁ ବାଧ୍ୟ ହୋଇଥିଲେ ।

ଶଶି ଥରୁର କ’ଣ ଲେଖିଥିଲେ?

ଇରଫାନଙ୍କ କ୍ୟାରିଅର ବହୁତ ସଂଘର୍ଷପୂର୍ଣ୍ଣ ଥିଲା । କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କୁ ୧୪ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୧ ମସିହାରେ ‘ India’s Lost Boys’ ବର୍ଗରେ ସ୍ଥାନିତ କରିଥିଲେ।  ୧୩ ଜାନୁଆରୀ, ୨୦୧୧ରେ ଥରୁର ‘ India’s Lost Boys’ ଶୀର୍ଷକ ଏକ ଆର୍ଟିକିଲ୍ ଲେଖିଥିଲେ, ଯେଉଁଥିରେ ସେ ଇରଫାନ ପଠାନଙ୍କୁ ସାମିଲ କରିଥିଲେ। ଇରଫାନଙ୍କ ବ୍ୟତୀତ ସେ ଏଥିରେ ବିନୋଦ କାମ୍ବଲି ଏବଂ ପାର୍ଥିବ ପଟେଲଙ୍କୁ ମଧ୍ୟ ସାମିଲ କରିଥିଲେ। ଇରଫାନଙ୍କ ବିଷୟରେ ଥରୁର ଲେଖିଥିଲେ, ଏହି ତାଲିକାରେ ଅତି କମରେ ଦୁଇଜଣ ସମସାମୟିକ କ୍ରିକେଟରଙ୍କୁ ସାମିଲ କରିବାକୁ ପଡିବ। ଯେଉଁମାନେ ୨୦୦୩-୦୪ରେ ପାକିସ୍ତାନରେ ଦିନିକିଆ ସିରିଜରେ ଭାରତକୁ ବିଜୟୀ କରାଇଥିବା ଇରଫାନ ପଠାନଙ୍କୁ ଦେଖିଛନ୍ତି କିମ୍ବା ଦୁଇ ବର୍ଷ ପରେ ସେହି ଦଳ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିବାର କିମ୍ବା ପରବର୍ତ୍ତୀ ବର୍ଷ ସେମାନଙ୍କ ବିପକ୍ଷରେ ଶତକ କରିଥିବା କିମ୍ବା ଅଷ୍ଟ୍ରେଲିଆ ଟେଷ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜିତିଥିବା ଏବଂ ଦକ୍ଷିଣ ଆଫ୍ରିକାରେ ଓ୍ବାର୍ଲ୍ଡ ଟି-୨୦ ଜିତିବା ଦେଖିଛନ୍ତି ସେମାନେ କେବେ କଳ୍ପନା କରିନଥିବେ ଯେ ସେ ମାତ୍ର ୨୫ ବର୍ଷ ବୟସରେ ନିଜ ପ୍ରଶଂସକଙ୍କୁ ଏତେ ବଡ ଝଟକା ଦେବେ ଇରଫାନ। ସେ ଏତେ ଦୁର୍ବଳ ହୋଇଯାଇଥିଲେ ବା ତାଙ୍କର ଆତ୍ମବିଶ୍ବାସ ଏତେ ଦୁର୍ବଳ ହୋଇଯାଇଥିଲାକ ସେ ୨୦୧୧ ବିଶ୍ୱକପ୍ ପାଇଁ ମଧ୍ୟ ମନୋନୀତ ହୋଇପାରିନଥିଲେ ।

ଇରଫାନଙ୍କ କ୍ରିକେଟ କ୍ୟାରିଅର

କ୍ରିକେଟ କ୍ୟାରିଅର ଇରଫାନ ପଠାନ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ରାଜ କରିଥିଲେ । ଏହି ସମୟ ମଧ୍ୟରେ ସେ ୧୨୦ଟି ODI ମ୍ୟାଚ୍ ଖେଳିଥିଲେ । ଇରଫାନ ଏକଦିବସୀୟ ବିଶ୍ୱକପ୍ ମ୍ୟାଚ୍ ମଧ୍ୟ ଖେଳିନଥିଲେ। ୨୦୦୭ ମସିହାରେ, ସେ ଦଳ ସହିତ ୱେଷ୍ଟଇଣ୍ଡିଜ୍ ଯାଇଥିଲେ, କିନ୍ତୁ ପ୍ଲେଇଂ-୧୧ର ଅଂଶ ହୋଇପାରି ନଥିଲେ। ସେହି ବିଶ୍ୱକପ୍ ଟିମ୍ ଇଣ୍ଡିଆ ପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଥିଲା। ସେ କେବଳ ତିନୋଟି ମ୍ୟାଚ୍ ଖେଳି ପ୍ରଥମ ରାଉଣ୍ଡରୁ ହିଁ ବାଦ ପଡ଼ିଥିଲେ।