ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚି ପାରିବ କି ଆଫଗାନିସ୍ତାନ: କଣ ରହିଛି ସମୀକରଣ
1 min read
ଅଷ୍ଟ୍ରେଲିଆ ୪ ଅଙ୍କ ପାଇବା ସହ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ପହଞ୍ଚି ଯାଇଛି । ଅନ୍ୟପକ୍ଷରେ ଆଫଗାନିସ୍ତାନ ୩ ଅଙ୍କ ପାଇବା ସହ ସେ ସେମିରେ ପହଞ୍ଚିବା ମୁସ୍କିଲ ହୋଇପଡ଼ିଛି । ତେବେ ଆଫଗାନିସ୍ତାନ ଟିମ୍ ପାଇଁ ସେମି ଖେଳିବାର କମ୍ ସମ୍ଭାବନା ରହିଛି । ଫେବୃଆରୀ ୨୮ରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଟିମକୁ ବିଜୟ ପାଇଁ ୨୭୪ ରନ୍ ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ । ଉକ୍ତ ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆା ୧୨.୫ ଓଭରରେ ୧ ଓ୍ବିକେଟ ହରାଇ ୧୦୯ ରନ୍ ସଂଗ୍ରହ କରିଥିଲା । ତେବେ ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା ।
ମ୍ୟାଚ ବାତିଲ ହେବା କାରଣରୁ ଉଭୟ ଟିମଙ୍କୁ ୧-୧ ଅଙ୍କ ମିଳିଥିଲା । ଫଳରେ ଅଷ୍ଟ୍ରେଲିଆା ୪ ଅଙ୍କ ପାଇବା ସହ ସେମିରେ ପହଞ୍ଚି ଯାଇଥିଲା । ଅନ୍ୟପକ୍ଷରେ ୩ ଅଙ୍କ ପାଇଥିବା ଆଫଗାନିସ୍ତାନ ପାଇଁ ସେମିରେ ପହଞ୍ଚିବା ମୁସ୍କିଲ ହୋଇଯାଇଛି । ଆଜି ଖେଳାଯିବାକୁ ଥିବା ମ୍ୟାଚରେ ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ପରାସ୍ତ କରେ, ତେବେ ଭଲ ରନରେଟ ଆଧାରରେ ଦକ୍ଷିଣ ଆଫ୍ରିକା ସେମିରେ ପହଞ୍ଚିଯିବ । ଇଂଲଣ୍ଡ ଯଦି ବଡ଼ ବିଜୟ ହାସଲ କରେ, ତେବେ ଆଫଗାନିସ୍ତାନ ପାଇଁ ସମ୍ଭାବନା ସୃଷ୍ଟି ହୋଇପାରେ । ଏହାପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚି ସାରିଛନ୍ତି । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପରେ କାହା ସହ କିଏ ସେମି ଖେଳିବ ତାହା ସ୍ପଷ୍ଟ ହୋଇଯିବ ।