ଦୁୂଇ ବିଧାୟକଙ୍କୁ ଘେରିଲେ ସରପଞ୍ଚ ଓ ସମିତି ସଭ୍ୟ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଅଭାବନୀୟ ଘଟଣା । କାର୍ଯ୍ୟକ୍ରମ ଆରମ୍ଭରୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଘେରିଲେ ସରପଞ୍ଚ ଓ ସମିତି ସଭ୍ୟ । ପ୍ରଶ୍ନ ବାଣରେ ଘାଇଲା ହେଲେ ଦୁଇ ବିଧାୟକ । ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ଠିକ୍‌ ଭାବେ ହେଉନଥିବା ଅଭିଯୋଗ କରିଥିଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ଶିକୁଳା ପଞ୍ଚାୟତରେ ମନରେଗା ଯୋଜନାରେ କାର୍ଯ୍ୟ ହେଉନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଶିକୁଳାରେ ଉନ୍ନୟନ କାମ ନହେବା ପଛରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ହାତ ରହିଛି । ବିଧାୟକଙ୍କର ବିନା ଅନୁମତିରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାନେ ଶିକୁଳାରେ କୌଣସି କାମ କରିବାକୁ ମନା କରୁଛନ୍ତି ।  ସେହିପରି ଆଛୁଲି ପଞ୍ଚାୟତରେ ମଧ୍ୟ ଦୀର୍ଘ ମାସ ଧରି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ଅଞ୍ଚଳରେ ଉନ୍ନୟନ କାମ ଠିକ୍‌ ସମୟରେ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୁଇ ବିଧାୟକ ମାନେ ଏନେଇ ପଦକ୍ଷେପ ନେବା ନିମନ୍ତେ ଦାବି କରିଥିଲେ ।