ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା କହିଲେ, ‘ଭାରତରେ ମୋର କୌଣସି ଜମି ନାହିଁ’
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ( ବିଜେପି ) ର କିଛି ନେତାଙ୍କ ଦ୍ବାରା ଲଗାଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ପିଟାେଡ଼୍ରାଙ୍କ ଉପରରେ ଲାଗିଛି ବେଆାଇନ ଜମି ହଡ଼ପ କରିଥିବାର ଅଭିଯୋଗ । ଲାଗିଥିବା ,ହି ଅଭିଯୋଗକୁ ଖଣ୍ଡନ କରି ସେ ଦେଇଛନ୍ତି କଡ଼ା ଯବାବ ।
ବିଜେପି ନେତା ଏନଆର ରମେଶ ଅଭିଯୋଗ କରିଛନ୍ତି ଯେ ସାମ୍ ପିଟ୍ରୋଡା ବନ ବିଭାଗର ଅଧିକାରୀମାନଙ୍କ ସମେତ ପାଞ୍ଚ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହାୟତାରେ ବେଙ୍ଗାଲୁରୁର ୟେଲାହାଙ୍କାରେ ୧୫୦ କୋଟି ଟଙ୍କା ମୂଲ୍ୟର ୧୨.୩୫ ଏକର ସରକାରୀ ଜମି ବେଆଇନ ଭାବରେ ଅଧିଗ୍ରହଣ କରିଛନ୍ତି।ନିଜ ନାଁ ରେ ଲାଗିଥିବା ଏହି ଅଭିଯୋଗର ଉତ୍ତର ଦେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ଗଣମାଧ୍ୟମ, ଟେଲିଭିଜନ ଏବଂ ପ୍ରିଣ୍ଟ ଉଭୟରେ ପ୍ରକାଶିତ ସମ୍ପ୍ରତି ଖବରକୁ ଦୃଷ୍ଟିରେ ରଖି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ମୋର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନାହିଁ। ଭାରତକୁ ମୁଁ ବହୁତ ଭଲ ପାଏ ତାକୁ ହଡ଼ପ କରିବା କଥା ମୁର୍ କେବେ ଚିନ୍ତା ବି କରିନି ।
ଏହା ବ୍ୟତୀତ, ଭାରତ ସରକାରଙ୍କ ସହିତ ମୋର କାର୍ଯ୍ୟକାଳ ସମୟରେ – ୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହିତ ହେଉ କିମ୍ବା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂହଙ୍କ ସହିତ – ମୁଁ କେବେ କୌଣସି ଦରମା ନେଇନାହିଁ, ଆମେରିକାରେ ରହୁଥିବା କଂଗ୍ରେସ ନେତା କହିଛନ୍ତି। ପିଟ୍ରୋଡା କହିଛନ୍ତି, “ଏହା ବ୍ୟତୀତ, ମୁଁ ସ୍ପଷ୍ଟ ଭାବରେ ଏହା ରେକର୍ଡରେ ରଖିବାକୁ ଚାହେଁ ଯେ ମୁଁ ମୋର ସମଗ୍ର ଜୀବନରେ – 83 ବର୍ଷ – କେବେବି ଭାରତରେ କିମ୍ବା ଅନ୍ୟ କୌଣସି ଦେଶରେ କୌଣସି ଲାଞ୍ଚ ଦେଇନାହିଁ କିମ୍ବା ଗ୍ରହଣ କରିନାହିଁ।” ଆଗକୁ ଏଭଳି ମିଛ ଆରୋପ ଲଗାଗଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କହୖିଛନ୍ତି ପିଟ୍ରାଡ଼ୋ ।