ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ପୋଲିସର ନିଷ୍କ୍ରିୟତା । ଶିବ ରାତିରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ । ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡ଼ିଆ ଗାଁରେ। ଗତକାଲି ଶିବ ରାତ୍ରିରେ ଥାନାଠାରୁ ମାତ୍ର କେତେ କିଲୋମିଟର ଦୂରରେ ଲୁଟ୍ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଘରେ ପଶି କଳାକନା ବୁଲାଇଛନ୍ତି । ଗତ ରାତିରେ କରଞ୍ଜଆଡ଼ିଆ ଗାଁର କମଳାକାନ୍ତ ସାହୁଙ୍କ ଘରର ପୁରୁଷ ଜାଗର ଯାତ୍ରା ଦେଖିବାକୁ ଯାଇଥିବା ବେଳେ କବାଟ ଭାଙ୍ଗି ମହିଳାଙ୍କ ମୁଣ୍ଡ ଓ ହାତକୁ ହାଣି ସୁନା ଅଳଙ୍କାର ଲୁଟ କରିନେଇଛନ୍ତି। କମଳାକାନ୍ତ ସାହୁଙ୍କ ବୋହୂ ଲକ୍ଷ୍ମୀପ୍ରିୟା ସାହୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ଏହା ସହିତ ଗାଁର ରବିନ୍ଦ୍ର ମହାନ୍ତିଙ୍କ ଘରୁ ମଧ୍ୟ ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ୍ କରିଛନ୍ତି । ଗତ କିଛିଦିନ ତଳେ ବାସୁଦେବପୁର ବ୍ଲକର ନାୟକାଣୀଡିହି ପୋଲିସର ନିଷ୍କ୍ରିୟତା ପାଇଁ ଥାନାର ଶବ ରଖି ଲୋକ ଧାରଣା ଦେଇଥିଲେ।