ମହାଶିବରାତ୍ରିରେ ଉଜାଗର କାହିଁକି ରୁହନ୍ତି, କ’ଣ ରହିଛି ଏହା ପଛର ବୈଜ୍ଞାନିକ କାରଣ?

1 min read

ଭୋଲେନାଥଙ୍କ ଅଗଣିତ ଭକ୍ତମାନଙ୍କର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ମହାଶିବରାତ୍ରି ଦିନ ପ୍ରଭୁ ଶିବଙ୍କୁ ସମର୍ପିତ କରାଯାଇଥାଏ । ମହାଶିବରାତ୍ରିରେ ଉଜାଗର ରହି ମହାଦେବଙ୍କୁ ଆରାଧନା କରୁଥିବା ଭକ୍ତମାନଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ । ଭଗବାନଙ୍କ ଶିବଙ୍କ ମହାନ ପର୍ବ ମହାଶିବରାତ୍ରିକୁ ନେଇ ପୁରାଣରେ ଅନେକ ତଥ୍ୟ ରହିଛି । ସେହିପରି ମହାଶିବରାତ୍ରିରେ ଉଜାଗର କାହିଁକି ରୁହନ୍ତି ତା’ ପଛର ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ମହାଶିବରାତ୍ରିର ଶାବ୍ଦିକ ଅର୍ଥ ହେଉଛି ’ଶିବଙ୍କ ମହାନ ରାତି’ । ଧାର୍ମିକ ମାନ୍ୟତା ମୁତାବକ, ମହାଶିବରାତ୍ରି ବ୍ରତ କରୁଥିବା କୁଆଁରୀ ଯୁବତୀଙ୍କୁ ସେମାନଙ୍କର ମନ ପସନ୍ଦର ବର ପ୍ରାପ୍ତ ହୋଇଥାଏ । ସେହିପରି ବିବାହିତା ମହିଳାମାନଙ୍କୁ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ମହାଶିବରାତ୍ରିର ରାତିରେ ଉଜାଗର ରହିବାକୁ ନେଇ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି । ଚଳିତ ବର୍ଷ ଫେବୃଆରୀ ୨୬ରେ ମହାଶିବରାତ୍ରି ଉତ୍ସବ ପାଳନ ହେଉଛି । ଏହି ଦିନ ଭକ୍ତି ଭାବରେ ଭଗବାନ ଶିବଙ୍କ ପୂଜା କଲେ ସେ ଭକ୍ତଙ୍କ ଉପରେ ବେଶ ପ୍ରସନ୍ନ ହୋଇଥାନ୍ତି ଓ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।

ମହାଶିବରାତ୍ରିର ରାତିକୁ ନେଇ କିଛି ଧାର୍ମିକ ମହତ୍ତ୍ବ ରହିଛି । ଏହି ଦିନ ଭୋଲେନାଥ ବୈରାଗ୍ୟ ଜୀବନ ଛାଡ଼ି ମା’ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦିନ ମାତା ପାର୍ବତୀ ଓ ଭୋଲେନାଥ ରାତିରେ ଭ୍ରମଣରେ ବାହାରିଥାନ୍ତି । ଏପରି ସ୍ଥିତିରେ ଯେଉଁମାନେ ରାତିରେ ଉଜାଗର ରହି ମହାଦେବଙ୍କ ଆରାଧନା କରିଥାନ୍ତି, ସେମାନଙ୍କର ସବୁ ଦୁଃଖ ହରଣ ହୋଇଥାଏ ଓ ସେମାନଙ୍କ ଜୀବନରେ ଖୁସିର ଆଗମନ ହୋଇଥାଏ ।

ସେହିପରି ମହାଶିବରାତ୍ରିର ରାତିକୁ ନେଇ ବୈଜ୍ଞାନିକ ମହତ୍ତ୍ବ ମଧ୍ୟ ରହିଛି । ମହାଶିବରାତ୍ରିର ରାତିରେ ବ୍ରହ୍ମାଣ୍ଡରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଏପରି ସ୍ଥିତି ହୋଇଥାଏ ଯେ, ସେମାନଙ୍କ ଠାରୁ ଏକ ଖାସ୍ ଉର୍ଜାର ପ୍ରବାହ ହୋଇଥାଏ । ଏହି ରାତିରେ ଉତ୍ତର ଗୋଲାର୍ଦ୍ଧ ଏପରି ଅବସ୍ଥାରେ ରହିଥାଏ ଯେ, ମଣିଷର ଅନ୍ତରର ଶକ୍ତି ପ୍ରାକୃତିକ ଭାବେ ଉପର ଆଡ଼କୁ ଯିବାରେ ଲାଗିଥାଏ । ମାନ୍ୟତା ଅଛି ଯେ, ପ୍ରକୃତି ସ୍ବୟଂ ମମଣିଷକୁ ତା’ର ଆଧ୍ମାତ୍ମିକ ଶିଖର ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥାଏ । ଏଥିପାଇଁ ମହାଶିବରାତ୍ରିର ରାତିରେ ଉଜାଗର ରହି ମେରୁଦଣ୍ଡର ହଡ଼କୁ ସିଧା କରି ଧ୍ୟାନମୁଦ୍ରାରେ ବସିବାକୁ କୁହାଯାଇଥାଏ ।

କ’ଣ ରହିଛି ମହାଶିବରାତ୍ରିର ପୂଜା ବିଧି

  • ମହାଶିବରାତ୍ରି ଦିନ ସକାଳ ଶୀଘ୍ର ଉଠି ସ୍ନାନ କରି ଶୁଭ ମୁହୂର୍ତ୍ତରେ ପୂଜା କରନ୍ତୁ । ଏହି ଦିନ ରାତିର ଚତୁର୍ଥ ପ୍ରହରରେ ପୂଜା କରାଯାଇଥାଏ । ମାତ୍ର ନିଶିତା ମୁହୂର୍ତ୍ତରେ ପୂଜା କରିବା ସବୁଠାରୁ ଶୁଭ ହୋଇଥାଏ ।
  • ପାଇଁ ପାଇଁ ସଫା କପଡ଼ା ପିନ୍ଧନ୍ତୁ ଓ ଶିବ-ପାର୍ବତୀଙ୍କ ଧ୍ୟାନ କରନ୍ତୁ । ଏକ ସଫା ସ୍ଥାନରେ ଚୌକି ରଖନ୍ତୁ ଓ ଧଳା କପଡ଼ା ବିଛାଇ ଦିଅନ୍ତୁ ।
  • ଚୌକି ଉପରେ ଶିବ ପାର୍ବତୀଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଆପଣମାନେ ମନ୍ଦିରକୁ ଯାଇ ମଧ୍ୟ ଶିବଲିଙ୍ଗର ପୂଜା କରିପାରିବେ । ସର୍ବପ୍ରଥମେ ଶିବଲିଙ୍ଗରେ ଗଙ୍ଗାଜଳ, କଞ୍ଚା କ୍ଷୀର, ଆଖୁରସ, ଦହି ଆଦି ଅଭିଷେକ କରନ୍ତୁ । ତା’ପରେ ଘିଅରେ ଦୀପ ଜଳାଇ ବିଧି-ବିଧାନ ଅନୁସାରେ ଶିବଜୀ ଓ ମା’ ପାର୍ବତୀଙ୍କ ପୂଜା କରନ୍ତୁ ।
  • ଶିବଙ୍କୁ ଚନ୍ଦନର ଟିକା ଲଗାନ୍ତୁ ଓ ତାଙ୍କୁ ବେଲପତ୍ର, ଭାଙ୍ଗ, ଫୁଲ, ମିଷ୍ଟାନ୍ନ ଆଦି ସାମଗ୍ରୀ ଅର୍ପଣ କରନ୍ତୁ । ମାତା ପାର୍ବତୀଙ୍କୁ ମଧ୍ୟ ସିନ୍ଦୁର ଲଗାନ୍ତୁ ଓ ପୂଜା କରନ୍ତୁ । ଏଥିସହିତ ମାତାଙ୍କୁ ସୁହାଗର ସାମଗ୍ରୀର ମଧ୍ୟ ଅର୍ପିତ କରନ୍ତୁ ।
  • -ଏବେ ଭଗବନାଙ୍କୁ ଭୋଗ ଲଗାନ୍ତୁ ଓ ତା’ପରେ ଶିବଜୀଙ୍କ ଆରତୀ କରନ୍ତୁ । ଏହି ଦିନ ଶିବଜୀଙ୍କ ପ୍ରିୟ ମନ୍ତ୍ରକୁ ଜପ କରିବାକୁ ଭୁଲନ୍ତୁ ନାହିଁ ।