ବୋହୂର ଝୁଲନ୍ତା ମୃତଦେହ ଦେଖି ହୃତଘାତରେ ଚାଲିଗଲା ଶାଶୂର ଜୀବନ

ବଲାଙ୍ଗୀର: ଗୋଟିଏ ଘରୁ ଉଠିଲା ଦୁଇଟି ଶବ । ଏକାସଙ୍ଗରେ ଜଳିବ ଶାଶ ବୋହୂଙ୍କ ମରଶରୀର । ତେବେ କୌଣସି କାରଣରୁ ବୋହୂ ଆତ୍ମହତ୍ୟା କରିଥିବା ବେଳେ ବୋହୂର ଝୁଲନ୍ତା ମୃତଦେହ ଦେଖି ଶାଶୂର ହୃଦଘାତରେ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ରାଜୀବ ନଗର ପଡାରେ । ବୋହୂର ଝୁଲନ୍ତା ମୃତଦେହ ଦେଖି ହୃତଘାତରେ ଚାଲିଗଲା ଶାଶୂର ଜୀବନ । ବୋହୂର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେପଟେ ହତ୍ୟା ଅଭିଯୋଗ ଆଣିଲେ ବୋହୂର ପରିବାର ଲୋକେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରି ଭୀମଭୋଇ ମେଡିକାଲ ମର୍ଗ ହାଉସକୁ ପଠାଇଛି ପୋଲିସ ।
ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ କରୁଛି । ତେବେ ମୃତ ବୋହୂର ନାଁ ଆନନ୍ଦିନୀ ସାହୁ ଓ ତାଙ୍କ ଶାଶୁଙ୍କ ନାଁ ଯମୁନାବତୀ ସାହୁ । କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ଯୁ ହେଲା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ୍ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।