ଏବେ ହ୍ବାଟ୍ସଆପ ମାଧ୍ୟମରେ କରନ୍ତୁ E-FIR, ଦେଶର ଏହି ରାଜ୍ୟରେ ହେଲା ପ୍ରଥମ ଅଭିଯୋଗ

1 min read

ଶ୍ରୀନଗର :  ଆପଣଙ୍କୁ ଏଫଆଇଆର ଦେବା ପାଇଁ ଥନାକୁ ଯିବାକୁ ପଡୁଛି । ନାହିଁ ତ ଅନଲାଇନ ମାଧ୍ୟମରେ ପୋଲିସ ଓ୍ବେବସାଇଟକୁ ଯାଇ ଦାଖଲ କରିବାକୁ ପଡୁଛି । କିନ୍ତୁ ଏବେ ଆପଣଙ୍କୁ କୁଆଡେ ଯିବାକୁ ପଡିବନି । କାରଣ ଏବେ ଆପଣ ନିଜ ମୋବାଇଲରେ ହ୍ବାଟ୍ସଆପ ମଧ୍ୟମରେ ଇ-ଏଫଏଇଆର ଦାଖଲ କରିପାରିବେ । ଜମ୍ମୁ ଓ କାଶ୍ମୀର ପୋଲିସ ହ୍ବାଟ୍ସଆପ ମାଧ୍ୟମରେ ପ୍ରଥମ ଇ-ଏଫଏଇଆର ପ୍ରଞ୍ଜିକରଣ କରିଛି ।

ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ଇମତିଆଜ ଅହମ୍ମଦ ଦାର ହ୍ୱାଟ୍ସଆପ୍ ମାଧ୍ୟମରେ ପୋଲିସକୁ ଅଭିଯୋଗ ପଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ତ୍ରାଥପୋରାରୁ ଶ୍ରୀନଗର ଯାଉଥିବା ସମୟରେ ଆଶିକ୍ ହୁସେନ୍ ଭଟ୍ ଏବଂ ଗୌହର ଅହମଦ ଭଟ୍ ନାମକ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଭିଲଗାମରେ ଅଟକାଇ ଆକ୍ରମଣ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବିଏନଏସ ଧାରା ୧୧୫(୨), ୧୨୬(୨)ରେ ଇ-ଏଫଏଇଆର ପଞ୍ଜିକୃତ କରିଛି । ଏମିତି ପ୍ରଥମ ଥର ହୋଇଛି, ଯାହା ଥାନାକୁ ନ ଯାଇ ସରକାରୀ ଫର୍ମ ଦିଆଯାଇଛି ।

ଇ-ଏଫଏଇଆରରେ କ’ଣ ରହିଛି ସୁବିଧା ଆଉ ଅସୁବିଧା

ସହଜ ଓ ଶିଘ୍ର ପାଇଁ ଲୋକ ଡିଜିଟାଲ ମାଧ୍ୟମରେ ହ୍ବାଟ୍ସଆପରେ  ଇ-ଏଫଏଇଆରଦାଖଲ କରିପାରିବେ ।

ଥାନାକୁ ଯିବାକୁ ପଡିବ ନାହିଁ, ଏହି ସୁବିଧା  ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ ପାଇଁ ଉପଯୋଗୀ ପ୍ରମାଣିତ ହେବ ।

ଡିଜିଟାଲ ରେକର୍ଡ ପୋଲିସ ବ୍ୟବସ୍ଥାରେ ଦୁର୍ନୀତି ହ୍ରାସ କରିବ ଏବଂ ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବ।

କମ ସମୟ ମଧ୍ୟରେ ନ୍ୟାୟ: ଏହା ଅପରାଧ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ, ଯାହା ଫଳରେ ମାମଲାର ତଦନ୍ତ ଶୀଘ୍ର ଆରମ୍ଭ ହୋଇପାରିବ।

ମିଥ୍ୟା ଅଭିଯୋଗର ବିପଦ: ଡିଜିଟାଲ୍ ମାଧ୍ୟମରେ ମଧ୍ୟ ମିଥ୍ୟା ମାମଲା ପଞ୍ଜିକୃତ କରାଯାଇପାରିବ।

ବୈଷୟିକ ସମସ୍ୟା: ଇଣ୍ଟରନେଟ୍ ଉପଲବ୍ଧତା ଏବଂ ସାଇବର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ହେବ।

ହ୍ୱାଟସଅପରେ ଇ-ଏଫଆଇଆରର ଲାଭ

ଟଦି ଏହି ପରୀକ୍ଷଣ ସଫଳ ହେବ, ତାହା ହେଲେ ଏହା ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ ହେବ । ଏହର ପୋଲିସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶଳୀ କରିବା ସା ଇ- ଗଭର୍ଣ୍ଣାନ୍ସକୁ ପ୍ରତ୍ସୋହିତ କରିବ  । ଜମ୍ମୁ ଓ କାଶ୍ମୀରରେ ଇ- ଏଫଆଇଆର ପ୍ରଣାଳୀର ଆରମ୍ଭ ଡିଜିଟାଲ ଓ ସୁଲଭ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ  । ଯଦି ଏହି ପଦ୍ଧତିକୁ ସଠିକ ଢଙ୍ଗରେ ଲାଗୁ କରାଯିବ, ତାହା ହେଲେ ପୋଲିସି ବ୍ୟବସ୍ଥାର ଭବିଶ୍ୟତ ବଦଳି ପାରିବ  ।