ରାଜସ୍ଥାନ ବିଧାନସଭାରେ ଥମୁନି ଇନ୍ଦିରା ଝଡ: ଗୃହ ଛାଡିବାକୁ ନାରାଜ କଂଗ୍ରେସ ବିଧାୟକ
1 min read
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ବିଧାନସଭାରେ ଥମୁନି ଇନ୍ଦିରା ଝଡ। ଗୃହ ଛାଡିବାକୁ ନାରାଜ କଂଗ୍ରେସ ବିଧାୟକ। ରଘୁପତି ରାଘବ ରାଜାରାମ ଗୀତ ବୋଲି ବିଧାୟକଙ୍କ ପ୍ରତିବାଦ। ଦାଦି ଶବ୍ଦର ପ୍ରତ୍ଯାହାର ଦାବି କରି ଅଟଳ ରହିଛନ୍ତି ବିଧାୟକ। ଇନ୍ଦିରାଙ୍କୁ ନେଇ ବିଜେପି ମନ୍ତ୍ରୀ ଦେଇଥିବା ମନ୍ତବ୍ଯ ପ୍ରତ୍ଯାହାର ଦାବିରେ ଅଟଳ ଅଛନ୍ତି ବିଧାୟକ। ଗତ ୨୧ ତାରିଖଠାରୁ ଗୃହ ଭିତରେ ରହି ନାରାବାଜି ଚଳାଇଛନ୍ତି ବିଧାୟକ। ବଜେଟ ଅଧିବେଶନର ଅବଶିଷ୍ଟ ସମୟକାଳରୁ ସେମାନଙ୍କୁ ବହିଷ୍କାର ପ୍ରତିବାଦରେ କରିଛନ୍ତି ଅଭିନବ ପ୍ରତିବାଦ। ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂ ଦୋତସାରା, ବିରୋଧୀ ଦଳ ନେତା ରାମକେଶ ମୀନା, ଅମିନ କାଗଜି, ଜାକିର ହୁସେନ ଗେସାୱତ, ହାକିମ ଅଲ୍ଲୀ ଖାନ ଓ ସଞ୍ଜୟ କୁମାର ଜାଟବ ଗୃହରେ ଶୋଇ ଜଣାଇଥିଲେ ପ୍ରତିବାଦ। ଗତ ଶୁକ୍ରବାର କଂଗ୍ରେସକୁ କଟାକ୍ଷ କରି ଗୃହରେ ସାମାଜିକ କଲ୍ଯାଣ ଓ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲତ କହିଥିଲେ- ୨୦୨୩-୨୪ ବଜେଟରେ କର୍ମଜୀବୀ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ହଷ୍ଟେଲକୁ କଂଗ୍ରେସ ସରକାର ଦାଦି ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିଥିଲା । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା। ଏହାକୁ ବିରୋଧୀ ଦଳ ନେତା ତିକାରାମ ଜୁଲ୍ଲୀ ତୀବ୍ର ବିରୋଧ କରିଥିଲେ। ପରେ ସେମାନେ ଗୃହରେ ରାତି କଟାଇ ଏହି ବୟାନର ପ୍ରତିବାଦ ଜଣାଇଥିଲେ। ତେବେ ଦାଦି ଶବ୍ଦ କୌଣସି ଅଣସଂସଦୀୟ ଶବ୍ଦ ନୁହେଁ ବୋଲି କହିଥିଲେ ସଂସଦୀୟ ବ୍ଯାପାର ମନ୍ତ୍ରୀ ଯୋଗଗାମ ପଟେଲ। ମନ୍ତ୍ରୀ ନିଜ ମନ୍ତବ୍ଯ ଫେରାଇ ନନେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଧାୟକ ତିକାରାମ ।