BBC ୱାର୍ଲ୍ଡ ସର୍ଭିସ ଇଣ୍ଡିଆ ନ୍ୟୁଜ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ
1 min read
ନୂଆଦିଲ୍ଲୀ: ବିବିସି ୱାର୍ଲ୍ଡ ସର୍ଭିସ ଇଣ୍ଡିଆ ନ୍ୟୁଜ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ତଦନ୍ତକାରୀ ସଂସ୍ଥା ED ଲଗାଇଲା କୋଟି କୋଟି ଟଙ୍କାର ଜରିମାନା। ପ୍ରତ୍ୟକ୍ଷ ବିଦେଶୀ ନିବେଶ ବା FDI ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସଂସ୍ଥା ଉପରେ ୩ କୋଟି ୪୪ ଲକ୍ଷ ୪୮ ହଜାର ଟଙ୍କାରୁ ଅଧିକ ଜରିମାନା ଲଗାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଦେଶୀ ମୁଦ୍ରା ପରିଚାଳନା ଆଇନ FEMA ଅଧୀନରେ ବ୍ରିଟିଶ ପ୍ରସାରକମାନଙ୍କ ବିରୁଦ୍ଧରେ ଏକ ନିର୍ଦ୍ଦେଶ ଜାରି କରିଛି । ଏହାର ତିନି ଜଣ ନିର୍ଦ୍ଦେଶକଙ୍କ ଉପରେ ୧.୧୪ କୋଟି ଟଙ୍କାରୁ ଅଧିକ ଜରିମାନା ମଧ୍ୟ ଲଗାଇଛି।
FEMA ଆଇନ ଅନୁଯାୟୀ, ବିଭିନ୍ନ “ଉଲ୍ଲଂଘନ” ପାଇଁ ୨୦୨୩ ଅଗଷ୍ଟ ୪ ତାରିଖରେ BBC ଏବଂ ଏହାର ତିନି ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।