ଉଦିତଙ୍କ ସହ ରହିବାକୁ ଚାହୁଁଛନ୍ତି ପ୍ରଥମ ପତ୍ନୀ: ବିବାହ ପରେ ପତ୍ନୀର ଅଧିକାରରୁ ବଞ୍ଚିତ ହୋଇଥିବା ନେଇ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଥରେ ବଲିଉଡର ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର ଉଦିତ ନାରାୟଣ ବିବାଦ ଘେରକୁ ଆସିଛନ୍ତି । ନିକଟରେ ଜଣେ ଯୁବତୀଙ୍କୁ କିସ କରି ବିବାଦ ଘେରକୁ ଟାଣି ହୋଇଥିବା ୬୯ ବର୍ଷୀୟ ଗାୟକ ପୁଣି ଥରେ ପାରିବାରିକ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି । ଉଦିତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରଥମ ପତ୍ନୀ । ଉଦିତଙ୍କ ସହ ରହିବାକୁ ତାଙ୍କର ପ୍ରଥମ ପତ୍ନୀ ଚାହୁଁଛନ୍ତି । ବିବାହ ପରେ ଉଦିତ ତାଙ୍କୁ ପତ୍ନୀର ମାନ୍ୟତା ପ୍ରଦାନ କରିଥିଲେ ଓ ଅଧିକାରରୁ ବଞ୍ଚିତ କରିଥିଲେ । ବୟସ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏବେ ପ୍ରଥମ ପତ୍ନୀ ସିଙ୍ଗରଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଖବର ମୁତାବକ, ସିଙ୍ଗର ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ନିଜର ପତିଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବିବାହ ପରେ ଉଦିତ ତାଙ୍କୁ ପତ୍ନୀର ଅଧିକାରରୁ ବଞ୍ଚିତ କରିଥିବା ରଞ୍ଜନା ଅଭିଯୋଗ କରିଛନ୍ତି । ଆଜି ଉଦିତ ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ୨୦୨୨ରେ ଉଦିତଙ୍କ ପ୍ରଥମ ପତ୍ନୀ ରଞ୍ଜନା ଦାମ୍ପତ୍ୟ ପୁନଃସ୍ଥାପନାର ମକଦ୍ଦମା ଦାୟର କରିଥିଲେ । ସିଙ୍ଗର ଅନେକ ଥର କୋର୍ଟରେ ହାଜର ହୋଇନଥିଲେ । ତେଣୁ କୋର୍ଟ ଉଦିତଙ୍କ ଉପରେ ଜରିମାନା ଲାଗୁ କରିଥିଲେ । ଗତ ଜାନୁଆରୀ ୨୫ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଫ୍ୟାମିଲି କୋର୍ଟର ମୁଖ୍ୟ ବିଚାରପତି ଶେଷ ସୁଯୋଗ ଦେଇଥିଲେ । ବୟସ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ରଞ୍ଜନା ପତି ଉଦିତଙ୍କ ସହ ରହିବାକୁ ଚାହାନ୍ତି ବୋଲି ରଞ୍ଜନାଙ୍କ ଓକିଲ କହିଥିଲେ । ଯେତେବେଳେ ମୁମ୍ବାଇରେ ସେ ଉଦିତଙ୍କୁ ଦେଖା କରିବାକୁ ଯାଆନ୍ତି, ସେତେବେଳେ ତାଙ୍କ ପଛରେ ଗୁଣ୍ଡାଙ୍କୁ ଲଗାଇ ଦିଆଯାଏ ବୋଲି ରଞ୍ଜନା ଅଭିଯୋଗ କରିଛନ୍ତି । ତେବେ ବୁଝାମଣା କରିବାକୁ ଉଦିତ ଅଗ୍ରାହ୍ୟ କରିବା ସହ କେସ ଲଢ଼ିବେ ବୋଲି କହିଥିବା ରଞ୍ଜନା କହିଛନ୍ତି । ଏହି ମାମଲାରେ ଉଦିତ ପ୍ରତିକ୍ରିୟା ଦେଇ ନାହାନ୍ତି ।
ରଞ୍ଜା ଉଦିତଙ୍କର ପ୍ରଥମ ପତ୍ନୀ ବୋଲି ଗତ ୨୦୦୬ରେ ରଞ୍ଜନା ଦାବି କରିଥିଲେ । ପ୍ରଥମେ ଉଦିତ ଏହାକୁ ମିଥ୍ୟା ବୋଲି କହିଥିଲେ ହେଁ ପରେ ରଞ୍ଜନାଙ୍କୁ ପ୍ରଥମ ପତ୍ନୀ ବୋଲି ଗ୍ରହଣ କରିବା ସହ ଜରୁରୀ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଉକ୍ତ ବିବାଦ ଏବେ ନୂଆ ମୋଡ଼ ନେଇଛି । ଉଦିତଙ୍କ ଦ୍ବିତୀୟ ପତ୍ନୀଙ୍କ ନାମ ଦୀପା ଗହତରାଜ । ପ୍ରଥମ ପତ୍ନୀ ଥାଇ ଉଦିତଙ୍କର ଆଫେୟାର ରହିଥିଲା ଓ ୧୯୮୫ରେ ସେ ଦ୍ବିତୀୟ ବିବାହ କରିଥିଲେ । ଦ୍ବିତୀୟ ବିବାହ ପରେ ଉଦିତଙ୍କର ପୁତ୍ର ଆଦିତ୍ୟ ନାରାୟଣ ଜନ୍ମ ନେଇଥିଲେ ।