ସାତସୁରେ ବନ୍ଧା ଏ ଜୀବନ, ପ୍ରେମ ଦିବସରେ ପଢ଼ନ୍ତୁ ସଙ୍ଗୀତରୁ ଆରମ୍ଭ ହୋଇଥିବା ପ୍ରେମ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରେମ ପାଇଁ ଦିନଟିଏ । ପ୍ରେମ ଦେଖେନି ଜାତି, ଧର୍ମ, ଆଉ ବର୍ଣ୍ଣ ।ଯାହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି କେନ୍ଦ୍ରାପଡାର ଏହି ଦମ୍ପତିଙ୍କ କ୍ଷେତ୍ରରେ । କୁନି ଓ ଜଇରାମ ଦୁହେଁ ଭିନ୍ନକ୍ଷମ ଦୁହିଁଙ୍କ ଦୃଷ୍ଟିଶକ୍ତି ନାହିଁ । ଦୁହେଁ କଟକରେ ହେଉଥିବା ସଙ୍ଗୀତ କାର୍ଯ୍ଯକ୍ରମରେ ଗୀତ ଗାଉଥିବା ବେଳେ ସଙ୍ଗୀତର ସାତସୁରରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ଏବଂ ନିଜ ଜୀବନକୁ ଗଢିଛନ୍ତି ।
ଆଜି ପ୍ରେମ ଦିବସ । ପ୍ରେମ ଦେଖେନି ଜାତି, ଧର୍ମ ଆଉ ବର୍ଣ୍ଣ । ଭଲପାଇବା ପାଇଁ ଗୋଟେ ସ୍ୱଚ୍ଛ ହୃଦୟ, ସ୍ୱଚ୍ଛ ମନ ହିଁ କାଫି । ଯେଉଁଠି କି ଏ ମନ କଥାକୁ କେବଳ ସେ ମନ ହିଁ ବୁଝିପାରୁଥିବ | ଚଳିବା ପାଇଁ ସିନା ଦୁଇ ମୁଠା ଦାନାର ଆବଶ୍ୟକ ଥାଏ, କିନ୍ତୁ ବଂଚିବା ପାଇଁ ଗୋଟେ ସ୍ୱଚ୍ଛ ହୃଦୟ ଥିବା ଜୀବନ ସାଥି ଟିଏ ଦରକାର । ଏଭଳି ୨ ପ୍ରେମ ପକ୍ଷୀ ହେଉଛନ୍ତି କୁନି ଏବଂ ଜଇରାମ । ହଁ ଆଜ୍ଞା, କୁନି ଏବଂ ଜଇରାମ ଦୁହେଁ ଭିନ୍ନକ୍ଷମ ଦୁହିଁଙ୍କ ଦୃଷ୍ଟିଶକ୍ତି ନାହିଁ । ଦୁହେଁ କଟକରେ ହେଉଥିବା ସଙ୍ଗୀତ କାର୍ଯ୍ଯକ୍ରମରେ ଗୀତ ଗାଉଥିବା ବେଳେ ସଙ୍ଗୀତର ସାତସୁରରେ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥିଲେ ।
ଜଇରମଙ୍କ ଘର ମୟୁରଭଞ୍ଜ ବାଙ୍ଗିରିପୋଷିରେ ହୋଇଥିବା ବେଳେ କୁନିଙ୍କ ଘର ଗୁଣୁପୁରରେ । ଦୁହେଁ କଟକରେ ଏକ ସଙ୍ଗୀତ କାର୍ଯ୍ଯକ୍ରମରେ ପ୍ରଥମ ଥରେ ଭେଟିଥିଲେ । ଦୁହେଁ ସିନା ଦୁହିଁଙ୍କୁ ଦେଖି ପାରୁନଥିଲେ କିନ୍ତୁ ମନ ମିଶିଯାଇଥିଲା ମନ ସହିତ | ତା ପରେ ଦୁହିଁଙ୍କର ବିବାହ ହୋଇଥିଲା । ବର୍ତ୍ତମାନ ତାଙ୍କର ବାହାଘରକୁ ୫ ବର୍ଷ ପୂରିଲାଣି । କୋଳରେ ୪ ବର୍ଷର କୁନି ଝିଅଟେ ବି ଅଛି । ଏବେ ବେଶ ଖୁସିରେ ଅଛନ୍ତି ଦୁହେଁ ।