ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା
![](https://nandighoshatv.com/wp-content/uploads/2025/02/bjd-3-1024x576.jpg)
ତିଗିରିଆ: ତିଗିରିଆ ବ୍ଳକରେ ବିଜେଡିର ବରିଷ୍ଠ ନେତା ତଥା ୮ ଥରର ବିଧାୟକ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଆକ୍ରମଣ ଘଟଣାକୁ ବିଜେଡିର ନିନ୍ଦା । ଜଣେ ଦୁଇ ଜଣ ଅଭିଯୁକ୍ତକୁ ଧରି ପୋଲିସ ନିରବ ରହିଛି । ଏହି ଆକ୍ରମଣରେ ଅନେକ ଲୋକ ସାମିଲ ଅଛନ୍ତି । ବିଜେପି ନେତାଙ୍କ ଇସାରାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଆକ୍ରମଣ କରାଯାଇଛି ବୋଲି ଦଳ ଅଭିଯୋଗ କରିଛି ।
ସେହି ବିଜେପି ନେତା କିଏ ? ଓଡ଼ିଶାର ଗୃହମନ୍ତ୍ରୀ ଓ ତଥା ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖନ୍ତୁ । ବିଧାନସଭାର ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । ତେଣୁ ବାଚସ୍ପତି କାର୍ଯ୍ୟନୁଷ୍ଠାନ ନିଅନ୍ତୁ। ଏପରି ଗୁଣ୍ଡାରାଜ, ବିଶୃଙ୍ଖଳା, ହତ୍ୟା, ଅପରାଧ ରାଜ୍ୟରେ ବଢ଼ିଛି ଚାଲିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ଖୁଣ୍ଟୁଣି ପଞ୍ଚାୟତର ଜଣେ ସରକାରୀ କର୍ମଚାରୀଙ୍କ ଉପରେ ବି ବିଜେପି ନେତା ଆକ୍ରମଣ କରିଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ପୋଲିସ ଉପରେ ବିଜେପି ଚାପ ପକାଉଥିବା ଅଭିଯୋଗ କରିଛି ବିଜେଡି । ତେଣୁ ଏ ଶାସନରେ ଥାନା ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ବି ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଛି ବିଜେଡି ।