ଦିନ ଦ୍ଵିପ୍ରହରରେ ପଟ୍ଟାମୁଣ୍ଡାଇ ବଜାରରେ ଆତଙ୍କରାଜ: ଭୟର ବାତାବରଣ ସୃଷ୍ଟି କଲେ କିଛି ଅସାମାଜିକ ଯୁବକ
![](https://nandighoshatv.com/wp-content/uploads/2025/02/Pattamundai-1024x576.jpg)
ପଟ୍ଟାମୁଣ୍ଡାଇ: ଦିନ ଦ୍ଵିପ୍ରହରରେ ପଟ୍ଟାମୁଣ୍ଡାଇ ବଜାରରେ ଆତଙ୍କରାଜ । ବାଇକରେ ଆସି କିଛି ଅସାମାଜିକ ଯୁବକଙ୍କ ଠେଙ୍ଗା ତରୁଆଲ ଭଳି ମାରମାସ୍ତ୍ର ଦେଖାଇ ଅସଭ୍ୟ ଭାଷାରେ ଗାଳିଗୁଲଜ । ଅସାମାଜିକ ଯୁବକଙ୍କ ଆତଙ୍କରାଜରେ ବଜାର ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ପ୍ରାୟ ଦିନ ଗୋଟାଏ ୩୦ ମିନିଟ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଆତଙ୍କରାଜରେ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପୋଲିସ ଖବର ପାଇ ଉକ୍ତ ଅସମାମାଜିକ ଯୁବକଙ୍କ ପିସିଆର ଭ୍ୟାନରେ ପିଛା କରିଥିବା ଆଇଆଇସି କହିଛନ୍ତି । ତେବେ ପୋଖରୀଆପଡାର ୧୯ ବର୍ଷର ଯୁବକ ବିଶ୍ଵଜିତ ମଳିକଙ୍କୁ ଜୀବନରୁ ମାରିଦେବାକୁ ମାରଣାସ୍ତ୍ର ଧରି ଗୋଡ଼ାଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିବାଦ ଥିବାରୁ ପୋଲିସ ସୁରକ୍ଷା ଦେଉବୋଲି ସେ କହିଛନ୍ତି । ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀଙ୍କ ମହଲରେ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ପୋଲିସ ନିରପକ୍ଷ ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କରିବା ଆବଶ୍ୟକ ରହିଛି ।