ବାରବାଟୀରେ ଘୋର ଅବ୍ୟବସ୍ଥା, ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ ଟାଣୁଥିବାର ଦୃଶ୍ୟ ଭାଇରାଲ୍
କଟକ: ବାରବାଟୀ ଷ୍ଟାଡିୟମର ଆଉ ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିିଛି। ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ଭାଇରାଲ ହେଉଛି । ଷ୍ଟାଡିୟମକୁ କୌଣସି ତମାଖୁ ଜାତୀୟ ଦ୍ରବ୍ୟ ନେବାରେ କଟକଣା ଥିବା ସତ୍ତ୍ୱେ କିପରି ଗଲା ସିଗାରେଟ୍ ବୋଲି ପ୍ରଶ୍ନ ଉଠିଛି । ପୁଣି ଭିଆଇପି ବକ୍ସ ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ନିର୍ଦ୍ୱନ୍ଦ୍ବରେ ବସି ସିଗାରେଟ୍ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଖେଳ ଦିନ ଫ୍ଲଡ୍ ଲାଇଟ୍ ଚର୍ଚ୍ଚା ସରିନଥିବାବେଳେ ଏବେ ପୁଣି ଭିଆଇପି ବକ୍ସରେ ସିଗାରେଟ୍ ଟାଣିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । କେମିତି ଓ କିଏ ସିଗାରେଟ୍ ନେଲେ ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।