ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ
![](https://nandighoshatv.com/wp-content/uploads/2025/02/ପ୍ିନପ୍ୁନମ.jpg)
ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ । ୮୫ ବର୍ଷ ବୟୟରେ ତାଙ୍କର ଦେହାନ୍ତ ହୋଇଛି । ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ପୂଜାରୀ ସତ୍ୟେନ୍ଦ୍ର ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ରଙ୍କ ବ୍ରେନ ଷ୍ଟ୍ରୋକ ପରେ ଫେବୃଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ଅଯୋଧ୍ୟାର ମଠ ମନ୍ଦିରରେ ଶୋକର ଛାୟା ଖେଳିଯାଇଛି । ଏନେଇ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି।