ନନ୍ଦିଘୋଷ ବ୍ୟୁରୋ: ମଣିପୁରର କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେସମ୍ପର୍କରେ ଆଜି ନିଷ୍ପତ୍ତି ନେବେ ବିଜେପିର ବରିଷ୍ଠ ନେତା । ବୀରେନ ସିଂଙ୍କ ସ୍ଥାନରେ ନୂଆ ନେତାଙ୍କୁ ବାଛିବା ଲାଗି ଆଜି ଦିଲ୍ଲୀରେ ବସିବ ବୈଠକ । ଏଥିରେ ଯୋଗଦେବା ଲାଗି ମଣିପୁରର ସମସ୍ତ ବିଜେପି ବିଧାୟକଙ୍କୁ ସମନ ଜାରି ହୋଇଛି । ଏହି ବୈଠକରେ ୧୦ ଜଣ କୁକୀ ବିଦାୟକ ବି ସାମିଲ ହେବା ସମ୍ଭାବନା ରହିଛି । ବୈଠକ ପରେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ ହାଇକମାଣ୍ଡ।
ଗତ ରବିବାର ବୀରେନ ସିଂ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ ହେବା ଯାଏ ଦାୟିତ୍ବରେ ରହିବା ଲାଗି ବୀରେନଙ୍କୁ ପରାମର୍ଶ ଦେଇଥିଲେ ରାଜ୍ଯପାଳ ଅଜୟ କୁମାର ଭାଲ୍ଲା । ଗତ ରବିବାର ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ। ରାଜ୍ଯରେ ୨ ବର୍ଷ ଧରି ଜାରି ରହିଥିବା ହିଂସାକୁ ନେଇ କାଠଗଡ଼ାରେ ଠିଆ ହୋଇଥିଲେ ବୀରେନ। ଜାତିଗତ ହିଂସାରେ ବର୍ତ୍ତମାନ ସୁଦ୍ଧା ଗଲାଣି ୨ ଶହରୁ ଅଧିକ ଜୀବନ। ୬୦ ହଜାରରୁ ଅଧିକ ଲୋକ ହେଲେଣି ବିସ୍ଥାପିତ।