କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି : ରାମଚନ୍ଦ୍ର କାଡାମ

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସବୁ ମହିଳା ପାଉନାହାନ୍ତି ସହାୟତା । କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି । ସୁଭଦ୍ରା ଠାରୁ ଭତ୍ତା ଯାଏ କିଛି ପାଉନାହାନ୍ତି କୋଟିଆ ଲୋକ । ଏମାନେ କଣ ଓଡ଼ିଶାର ଲୋକ ନୁହନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଆମେ ଆଜି ଅସୁରକ୍ଷିତ ମନେ କରୁଛୁ । ରାଜ୍ୟ ସରକାର ଲୋକଙ୍କୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ କରୁଛନ୍ତି ।

୨୦୦୯ରେ ପୂର୍ବ ସରକାର ସମସ୍ତଙ୍କୁ ଘର ଯୋଗାଇବା ସହ ଯୋଜନା ପହଞ୍ଚାଉଛନ୍ତି । ହେଲେ ଏବର ସରକାର ସବୁ ଭୁଲି ଗଲେ । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ  । ହେଲେ ଆଦିବାସୀମାନେ ରାଜ୍ୟରେ ଅବହେଳିତ । ମୁଖ୍ୟମନ୍ତ୍ରୀ ଆଜି ଯାଏ କୋଟିଆ ଗଲେ ନାହିଁ । ଆମେ ବାରମ୍ୱାର ନିମନ୍ତ୍ରଣ କରୁଛୁ । ହେଲେ ରାଜସ୍ବ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେବେ ବି କୋଟିଆ ଗଲେ ନାହିଁ । ଏହା କଣ ଓଡ଼ିଆ ଅସ୍ମିତାକୁ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର ।