ସାନ ଭାଇର ମାଡ଼ରେ ବଡ ଭାଇର ମୃତ୍ୟୁ
![](https://nandighoshatv.com/wp-content/uploads/2025/02/kdp-1024x576.jpg)
ନନ୍ଦିଘୋଷ ବ୍ୟୁରୋ; ସାନ ଭାଇର ମାଡ଼ରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅଧିନ କପାଳେଶ୍ବର ପଂଚାୟତ ଗରାପୁର ମଳିକ ସାହିରେ । ଏହି ଗାଁର ଦୁଇ ଭାଇ ରାମଚନ୍ଦ୍ର ମଲ୍ଲିକ ଓ ବାଉଁ ମଲ୍ଲିକଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ବଡ଼ ଭାଇ ରାମଚନ୍ଦ୍ର ନିଶାଖାଇ ବାଉଁ ମଲ୍ଲିକଙ୍କୁ ଗାଳି ଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଉଁ ମଲ୍ଲିକ ରାମଚନ୍ଦ୍ରଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲା । ଏହି ମାଡ଼ରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗୁରୁତର ସାନଭାଇ ବାଉଁଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟଅଵସ୍ଥା ସଙ୍ଗୀନ ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି ।