spot_img

Latest Posts

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା ଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାରେ ଆଜିଠାରୁ ଆଠ ଦିନ ବ୍ୟାପୀ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା ଯାତ୍ରା। ଶ୍ରୀଜଗନ୍ନାଥ ଏହି ଯାତ୍ରାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ସାଙ୍ଗରେ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ଏହାସହ ଗତ ନୀଳାଦ୍ରି ବିଜେ ଦିନ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରି ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବେ। ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ, ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ, ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ଏହି ନିଆରା ପାରମ୍ପରିକ ଯାତ୍ରା

ଆଜି ଶ୍ରୀମନ୍ଦିରରେ ସକାଳ ଧୁପ ନୀତି ପରେ ଅନୁଷ୍ଠିତ ହେବ। ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇ ଘଣ୍ଟ ଛତା ବିଜେ କାହାଳି ବଜାଯାଇ ନାରାୟଣୀ ମନ୍ଦିରକୁ ବିଜେ କରାଯିବ। ସେଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା କରାଯିବା ସହ ମାଣ୍ଡୁଅ ଓ ଖାଇକୋରା ଭୋଗ ଲାଗି କରାଯିବାର ବିଧି ରହିଛି।

Latest Posts

Don't Miss