ଆଜି ଆସିବ ଦିଲ୍ଲୀ ଫଳାଫଳ : ନିର୍ବାଚନରେ କିଏ କରିବ ବାଜିମାତ?

1 min read

ନୂଆଦିଲ୍ଲୀ: କିଏ କରିବ ଦିଲ୍ଲୀରେ ସରକାର । କ୍ଷମତାରେ ରହିବ ଆପ୍ ନା ୨୭ ବର୍ଷ ପରେ ଫେରିବ ବିଜେପି । ନା କଂଗ୍ରେସ କରିବ ସରକାର । ଆଜି ଆସିବ ରେଜଲ୍ଟ । ସାରା ଦେଶର ନଜର ଦିଲ୍ଲୀ କାଉଣ୍ଟିଂ ଉପରେ । ଏକଜିଟ ପୋଲ କହୁଛି ବିଜେପି କ୍ଷମତାକୁ ଆସିବ । ସେପଟେ ଆପ୍ କହୁଛି ଏକଜିଟ ପୋଲ ଆକଳନ ଭୁଲ ହେବ । ପୁଣି ଥରେ ଆପ୍ ସରକାର କରିବ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୩୬ । କଂଗ୍ରେସର ବିକଳ୍ପ ଭାବେ ସୃଷ୍ଟି ହୋଇଥିବା ଆପ୍ ୨୦୧୩ରେ କ୍ଷମତାକୁ ଆସିଥିଲା । ଏହା ପରେ ୨୦୧୫ ଓ ୨୦୨୦ରେ ଦଳ କ୍ଷମତାକୁ ଆସିଥିଲା ।

ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଚାଣକ୍ୟ ରିପୋର୍ଟରେ ବିଜେପିକୁ ବହୁମତ ଦେଇଛି। ବିଜେପିକୁ ୩୯ରୁ ୪୪ ଆସନ ଦେଇଥିବବେଳେ ଆପକୁ ୨୫-୨୮ ଓ କଂଗ୍ରେସକୁ ୨ରୁ ୩ ଆସନ ଦେଇଛି। ସେହିପରି ମାଇଣ୍ଡ ବ୍ରିଙ୍କ୍ ଆପକୁ ବହୁମତ ଦେଇଛି । ଆପକୁ ୪୪ରୁ ୪୯ ସିଟ ଦେଇଥିବାବେଳେ ବିଜେପିକୁ ୨୧ରୁ ୨୫ ସିଟ ଦେଇଛି । କଂଗ୍ରେସକୁ ମାତ୍ର ଗୋଟିଏ ସିଟ୍ ଦେଇଛି ।

ସେହିପରି ଉଇ ପ୍ରିଜାଇଡ୍ ସଂସ୍ଥା ଆପକୁ ବହୁମତ ଦେଇଛି। ଆପ୍ ଯଦି କ୍ଷମତା ହରାଏ ତେବେ ଏହା ପଛରେ ଅନେକ କାରଣକୁ ଦାୟୀ କରିଥିଲେ ରାଜନୀତି ସମୀକ୍ଷକ। ଦିଲ୍ଲୀ ମଦନୀତି ମାମଲା, ଯମୁନା ଜଳ ବିବାଦ, ମଧ୍ୟବିତ୍ତ ଅସୁଖୀ, ଇଣ୍ଡିମେଣ୍ଟରେ ଫାଟ ଆଦି କାରଣକୁ ଦାୟୀ କରିଛନ୍ତି ସମୀକ୍ଷକ। ସେପଟେ ଅପରେସନ ଲୋଟସକୁ ନେଇ ବଢିଛି ରାଜନୀତି ।

ତେବେ ନଜର ପକାନ୍ତୁ କିଏ କେତେ ଜିତିଥିଲା :-

୨୦୧୩ ନିର୍ବାଚନ: ଆପ୍ ୨୮, ବିଜେପି-୩୨, କଂଗ୍ରେସ-୮
୨୦୧୫ ନିର୍ବାଚନ: ଆପ୍-୬୭, ବିଜେପି-୩, କଂଗ୍ରେସ-୦
୨୦୨୦ ନିର୍ବାଚନ: ଆପ୍-୬୨, ବିଜେପି-୮, କଂଗ୍ରେସ-୦