୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି ଭାରତୀୟ ସେନା

1 min read

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାଙ୍କୁ ସଫଳତା। ୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି ଭାରତୀୟ ସେନା । ୭ ଜଣ ପାକିସ୍ତାନୀ LoC ନିକଟରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଭାରତୀୟ ସେନୀ ଗୁଳିରେ ଟଳିପଡିଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନ ସେନାର ୩ ଜଣ ଯବାନ ଅଛନ୍ତି । ଏହି ଘଟଣା ଫେବୃୟାରୀ ୪ ତାରିଖ ରାତିରେ ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଘଟିଥିଲା ।

ସୂତ୍ର ଅନୁସାରେ, ପାକିସ୍ତାନୀ ଅନୁପ୍ରବେଶକାରୀମାନେ କୁଖ୍ୟାତ ବର୍ଡର ଆକ୍ସନ ଟିମ୍ ସହାୟତାରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ। ବର୍ଡର ଆକ୍ସନ ଟିମ୍ LoCରେ ଗୁପ୍ତ ତରିକାରେ ଆକ୍ରମଣ କରିବା ପାଇଁ ତାଲିମପ୍ରାପ୍ତ । ପାକିସ୍ତାନର ଏହି ଏଜେନ୍ସି ପୂର୍ବରୁ ମଧ୍ୟ ସୀମାରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିଛି, ଯାହାର ଫାଇଦା ନେଇ ଟିମ୍ ପୁଣି ଥରେ ସେନାକୁ ଟାର୍ଗେଟ କରିବାକୁ ଚାହୁଁଥିଲା ।

ଭାରତୀୟ ସୈନିକମାନେ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଅଲ୍ ବଦର୍ ସଙ୍ଗଠନର ଆତଙ୍କବାଦୀମାନେ ମଧ୍ୟ ଅଛନ୍ତି ।

ନଜର ପକାନ୍ତୁ