ଦେଶଦ୍ରୋହ ଅଭିଯୋଗରେ ଗିରଫ ହେଲେ ବାଂଲାଦେଶ ଅଭିନେତ୍ରୀ ମେହେର ଅଫରୋଜ୍ ଶାଓନ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପ୍ରସିଦ୍ଧ ଅଭିନେତ୍ରୀ ମେହେର ଅଫରୋଜ୍ ଶାଓନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶ ପୋଲିସ ମୋହର ଅଫରୋଜଙ୍କୁ ଗିରଫ କରିଛି ।  ଏହି ମାମଲାରେ, ବାଂଲାଦେଶ ପୋଲିସର ଡିଟେକ୍ଟିଭ୍ ବ୍ରାଞ୍ଚ ଗୁରୁବାର ପଚରାଉଚରା ପାଇଁ ଅଭିନେତ୍ରୀଙ୍କୁ ଅଟକ ରଖିଥିଲା ।

ଡିଟେକ୍ଟିଭ୍ ବ୍ରାଞ୍ଚର ଅତିରିକ୍ତ ପୋଲିସ ରେଜାଉଲ କରିମ ମଲିକ କହିଛନ୍ତି, ମେହେରଙ୍କ ବିଷୟରେ କିଛି ସୂଚନା ମିଳିଥିଲା, ଯାହା ପରେ ତାଙ୍କୁ ହେପାଜତକୁ ନିଆଯାଇଥିଲା। ତାଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ହୋଇଛି । ସେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ସମାଲୋଚନା କରିଥିଲେ ।

ମେହେର ବାଂଲାଦେଶର ପ୍ରସିଦ୍ଧ ଲେଖକ ହୁମାୟୁନ୍ ଅହମ୍ମଦଙ୍କ ପତ୍ନୀ । ଅଭିଯୋଗ ଅନୁସାରେ, ମେହେର ନିଜ ସୋସିଆଲ ମିଡିଆ ପେଜରେ ମହମ୍ମଦ ୟୁନୁସ୍ ଶାସନ ଏବଂ ଖାସ୍ କରି ତାଙ୍କ ପ୍ରେସ୍ ପରାମର୍ଶଦାତାଙ୍କୁ ଖୋଲାଖୋଲି ଭାବରେ ସମାଲୋଚନା କରିଥିଲେ ।

ମେହେର ଅଫରୋଜ୍ କେବଳ ଜଣେ ପ୍ରସିଦ୍ଧ ବାଂଲାଦେଶୀ ଅଭିନେତ୍ରୀ ନୁହନ୍ତି, ସେ ଜଣେ ନିର୍ଦ୍ଦେଶକ, ନୃତ୍ୟଶିଳ୍ପୀ ଏବଂ ପ୍ରଚ୍ଛଦପଟ୍ଟ ଗାୟିକା ମଧ୍ୟ । ୨୦୧୬ରେ ଫିଲ୍ମ ‘କୃଷ୍ଣୋପୋଖୋ’ ପାଇଁ ତାଙ୍କୁ ଶ୍ରେଷ୍ଠ ମହିଳା ଗାୟିକା ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।