କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା
![](https://nandighoshatv.com/wp-content/uploads/2025/02/balijatra-1024x576.jpg)
କଟକ: ଐତିହାସିକ କଟକ ବାଲିଯାତ୍ରା ଉତ୍ସବକୁ ମିଳିଲା ଜାତୀୟ ମାନ୍ୟତା । ଏନେଇ କଟକ ମେୟର ସୁବାଷ ଚନ୍ଦ୍ର ସିଂହ ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମଙ୍କୁ ସମସ୍ତଙ୍କ ସମ୍ମୁଖରେ ରଖିଛନ୍ତି । ତତ୍କାଳୀନ ସରକାର ଏହି ଯାତ୍ରାକୁ କିପରି ଜାତୀୟ ମାନ୍ୟତା ମିଳିବ ସେ ନେଇ ୨୦୧୯ରୁ କେନ୍ଦ୍ର ସରକାରଙ୍କ ନିକଟରେ ପତ୍ର ମାଧ୍ୟମରେ ଦୃଢ଼ ଦାବି ଉପସ୍ଥାପନ କରିବା ସହିତ ଏହାକୁ ଭବ୍ୟ ଆକାରରେ ଆୟୋଜନ କରିଥିଲେ ।
ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ଦେଇଥିଲେ । ସିଏମସି ସହଯୋଗରେ ଜିଲ୍ଲା ପ୍ରଶାସନ ଯାତ୍ରାକୁ ୧୦ ଏକରରୁ ବଢ଼ାଇ ୩୬ ଏକର ଜମିରେ ଆୟୋଜନ କରିଥିଲେ । ଦୁଇ ହଜାର ପିଲାଙ୍କୁ ନେଇ ଡଙ୍ଗା ତିଆରି କରାଯାଇ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ ହାସଲ କଲା । ବାର୍ଲିରେ ଥାଇ ପ୍ରଧାନମନ୍ତ୍ରୀ ଏହି ଉତ୍ସବର ନା ନେଇଥିଲେ । ଏବେ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବା ପରେ ଏହାର କାୟା କଳ୍ପ ବଦଳିଯିବ ବୋଲି ମେୟର କହିଛନ୍ତି ।