AI ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର
1 min readନନ୍ଦିଘୋଷ ବ୍ୟୁରୋ : AI ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ଚାର୍ଟଜିପିଟି ଓ ଡିପସିକ ,ଗୁଗୁଲ ଜେମିନି ବ୍ୟବହାରକୁ ବିରୋଧ କରି କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ। ସରକାରୀ କର୍ମଚାରୀ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ। କାମ କରିବା ସମୟରେ ଅଫିସର ଲାପଟପ ଓ କମ୍ପ୍ୟୁଟରେ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । କାର୍ୟ୍ୟାଳୟ ଓ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ହେବା ଆଶଙ୍କା ବଢ଼ିବା ପରେ ଏହି ନିର୍ଦ୍ଦେଶନାମଜାରି କରାଯାଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ତେବେ ମୋବାଇଲରେ ବ୍ୟକ୍ତିଗତ ଆକାଉଣ୍ଟରେ ବ୍ୟବହାର ଉପରେ କୌଣସି କଟକଣା ନାହିଁ ।
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ସରକାରୀ କମ୍ପ୍ୟୁଟରରେ ଏଆଇ ଆପର ବ୍ୟବହାର ଗୋପନୀୟ ସରକାରୀ ସୂଚନାକୁ ବିପଦରେ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି, ମନ୍ତ୍ରଣାଳୟ ସମସ୍ତ କର୍ମଚାରୀଙ୍କୁ ସରକାରୀ ଡିଭାଇସରେ ଏପରି ଉପକରଣ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଅର୍ଥ ସଚିବଙ୍କ ଅନୁମୋଦନ ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ବ୍ୟୟ, ସାର୍ବଜନୀନ ଉଦ୍ୟୋଗ ଏବଂ ଆର୍ଥିକ ସେବା ସମେତ ପ୍ରମୁଖ ସରକାରୀ ବିଭାଗଗୁଡ଼ିକୁ ପଠାଯାଇଛି ।
AI ଆପ୍ ଦ୍ୱାରା ଡାଟା ଲିକ୍ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ଶହଶହ ଏଆଇ ଆପ୍ରେ କାମ ହେଉଛି । ଅଧିକ କାମକୁ କମ୍ ସମୟରେ ସାରିବା ଲାଗି ନୂଆ ନୂଆ ଟୁଲ୍ର ବ୍ୟବହାର ବି କରାଯାଉଛି । ସରକାରୀ କାର୍ଯ୍ୟାଳୟରେ ଯେଉଁମାନେ କାମ କରୁଛନ୍ତି ସେମାନେ ବି ଟୁଲ୍ ବ୍ୟବହାର କରୁଛନ୍ତି । ହେଲେ ଏହି ଟୁଲ୍ରେ ଅନେକ ଗୋପନୀୟତା ନଷ୍ଟ ହେଉଛି । ସୂଚନା ଅନୁସାରେ ଭାରତରେ, ଚାଜ୍ଜିପିଟି, ଜେମିନି ଓ ଡିପସିକ୍ ଭଳି ଅନେକ ଟୁଲ୍ କାମ କରୁଛି ।