ଟ୍ରମ୍ପଙ୍କୁ ଚୀନର ଉତ୍ତର, ଆମେରିକୀୟ ଅଶୋଧିତ ତୈଳ ଉପରେ ୧୫ ପ୍ରତିଶତ ଶୁଳ୍କ
1 min readନନ୍ଦିଘୋଷ ବ୍ୟୁରୋ : ଟ୍ରମ୍ପଙ୍କ ଆକ୍ସନ ପରେ ଚୀନର ଉତ୍ତର । ଆମେରିକାର କୋଇଲା ଏବଂ LNG ଉପରେ ଲାଗୁ କରିଛି ୧୫ ପ୍ରତିଶତ ଶୁକ୍ଳ । ଏହା ସହିତ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଉତ୍ପାଦ ଉପରେ ମଧ୍ୟ ଚୀନ୧୦ ପ୍ରତିଶତ ଶୁକ୍ଳ ଲାଗୁ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ମଧ୍ୟରେ ଚୀନ୍ ଏପରି ଶୁକ୍ଳ ତୀର ମାରିଛି । ଚୀନର ଏପରି ପଦକ୍ଷେପ ପରେ ବିଶ୍ୱ ସ୍ତରରେ ହଇଚଇ ସୃଷ୍ଟି ହୋଇଯାଇଛି ।
ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ ଉପରେ ଉପରେ ଶୁଳ୍କ ଲାଗୁ କରିବା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ସ୍ୱାକ୍ଷର କରିଥିଲେ । ଏହି ଶୁଳ୍କ ଫେବୃଆରୀ ୧ରୁ କାର୍ଯ୍ୟକାରୀ ହୋଇଛି । ଏହାକୁ ବିରୋଧ ପରେ ମେକ୍ସିକୋ ଏବଂ କାନାଡା ପରେ ଲାଗୁହୋଇଥିବା ଶୁଳ୍କର ଅବଧିକୁ ଗୋଟଏ ମାସ ପାଇଁ ସ୍ଥଗିତ କରାଯାଇଛି। କିନ୍ତୁ ଚୀନ ଉପରେ ଶୁଳ୍କ ଯେପରି ଥିଲା ସେହିପରି ରଖାଯାଇଛି ।
ଟ୍ରମ୍ପ ସରକାରଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ନେଇ ଚୀନ କ୍ରୋଧିତ ହୋଇଉଠିଲା । ଏବଂ ଏକ ବିବୃତ୍ତି ଜାରି କରି କହିଥିଲା ଯେ, ଆମେ ଏହି ଶୁଳ୍କକୁ ବିରୋଧ କରୁଛୁ । ଆମେ ବିଶ୍ୱ ବାଣିଜ୍ୟ ସଂଗଠନରେ ଆମେରିକା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆମେରିକା ଭୁଲ ନିୟମ ପ୍ରୟୋଗ କରୁଛି । ଆମେ ଆମର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ ରହିବୁ ।
ଚୀନ ଆହୁରି ମଧ୍ୟ କହିଛି ଯେ, ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ କାର୍ଯ୍ୟକାରୀ ହୋଇଥିବା ନୀତି ଗୁଡିକୁ ବାଇଡେନ୍ ବଜାୟ ରଖିଥିଲେ, କିନ୍ତୁ ଟ୍ରମ୍ପ ପୁଣି ଥରେ ଶୁଳ୍ପ ଯୁଦ୍ଧ ନୀତି ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ପ୍ରକୃତ ଉଦ୍ଦେଶ୍ୟ ଶୁଳ୍କ ଲାଗୁ କରିବା ନୁହେଁ ବରଂ ଏହି ଶୁଳ୍ପର ଆବରଣ ତଳେ ଚୀନକୁ ଦମନ କରିବା । ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପ ମେକ୍ସିକୋ ସୀମାରେ ୧୦ହଜାର ସେନା ମୁତୟନ କରିବାକୁ ବାଦ୍ଧ କରିଛନ୍ତି । ଅନ୍ୟପଟେ କାନାଡା ରାସ୍ତା ଦେଇ ଆମେରିକାରେ ଫେଣ୍ଟାନିଲର ବିକ୍ରି ଉପରେ ରୋକ ଲଗାଇବା ପ୍ରସ୍ତୁତ ହୋଲାଣି ।