spot_img

Latest Posts

ଜୋମାଟୋ, ସ୍ୱିଗୀରେ ଅର୍ଡର କରିବା ବେଳେ ଏହି ସବୁ ପ୍ରଡକ୍ଟର ବନାନ କରନ୍ତୁ ଚେକ୍

ନନ୍ଦିଘୋଷ ବ୍ୟୁରୋ : ଜୋମାଟୋ, ସ୍ୱିଗୀରୁ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ! ଅର୍ଡର ପୂର୍ବରୁ ଯାଞ୍ଚ କରନ୍ତୁ ହଲଦୀରାମ, ଡୋମିନୋଜ ଆଦି ପ୍ରଡକ୍ଟ ନାଁର ବନାନ । ନଚେତ୍ ନକଲି ରେଣ୍ଟୁରାଣ୍ଟରୁ ଆସି ପାରେ ଖାଦ୍ୟ । ତେଣୁ ପ୍ରତ୍ୟେକ ଅର୍ଡର ପୂର୍ବରୁ ଆପଣ ରେଣ୍ଟୁରାଣ୍ଟର ନାମ ଏବଂ ବିବରଣୀ ଭଲ ଭାବରେ ଯାଞ୍ଚ କରିବା ଜରୁରୀ ।

ନିକଟରେ ଭାରତର ଜଣାଶୁଣା ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବେ ଏକ ବିବାଦରେ ଫସିଯାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜର୍ସ ଏହି କମ୍ପାନୀରେ ନକଲି ରେଷ୍ଟୁରାଣ୍ଟ ଥିବା କଥା ଉଠାଇଥିଲେ । ବିବାଦ ପରେ ଜୋମାଟୋ ଏହି ନକଲି ରେଷ୍ଟୁରାଣ୍ଟକୁ ଏହି ପ୍ଲାଟଫର୍ମରୁ ହଟାଇ ଦେଇଛି । ଏନେଇ ଜୋମାଟୋ ଏକ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଜୋମାଟୋ, ସ୍ୱଗୀ ଅଥବା ଅନ୍ୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବା ସମୟରେ ଲୋକେ କାହିଁକି ସଠିକ୍ ସ୍ଥାନ ଏବଂ ନାମ ଅସଲି ନା ନକଲି ତାହା ଯାଞ୍ଚ କରି କାହିଁକି ଅର୍ଡର କରୁନାହାନ୍ତି ? ଯେହେତୁ ସ୍ୱିଗୀରେ ଏପରି କୌଣସି ମାମଲା ସାମ୍ନାକୁ ଅସିନି, ତଥାପି ଖାଦ୍ୟ ଅର୍ଡର ପୂର୍ବରୁ ସବୁ ପ୍ରଡକ୍ଟର ନାମ ଏବଂ ସ୍ଥାନ ସଠିକ୍ ଭାବେ ଚେକ୍ କରି ଅର୍ଡର କରିବା ଉଚିତ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ ଏକ୍ସ ୟୁଜର୍ସ ଅମିତ ମନ୍ତ୍ରୀ ଟ୍ୱିକ୍ କରି ଲେଖିଛନ୍ତି ଯେ, ସେ ଭୁଲବସତଃ ଏକ ନକଲି ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିଦେଇଥିଲେ । ଏବଂ ଖାଦ୍ୟ ଅର୍ଡର ପରେ ସେ ଜାଣିଥିବାକୁ ପାଇଲେ କି ସେ କେଓ୍ୱର୍ସ ନୁହେଁ ବରଂ କେଓ୍ୱର୍ସର୍ସ ନାମକ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର ଦେଇଛନ୍ତି ।ଏହା ପରେ ସେ ଜୋମାଟୋର ଚାର୍ଟ ସପୋର୍ଟ ସହ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ପରେ ଜୋମାଟୋ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ଏବଂ ଏହି ସମସ୍ୟା ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି । ଏହି ନକଲି ରେଷ୍ଟୁରାଣ୍ଟକୁ ଜୋମାଟୋରୁ ହଟାଇ ଦିଆଯାଇଥିବା ଜଣାଯାଇଛି । ଏହାଛଡ଼ା ଅନ୍ୟ ନକଲି ରେଷ୍ଟୁରାଣ୍ଟ ଉପରେ ନଜର ରଖି ଶୀଘ୍ର ହଟାଇଦିଆଯିବ ବୋଲି ଜୋମାଟୋ ପକ୍ଷରୁ କୁହାଯାଇଛି ।

 

Latest Posts

Don't Miss