ମୁମ୍ବାଇ ସଡ଼କରେ ବୁଲୁଛନ୍ତି ବଲିଉଡ ଅଭିନେତା ଅମିର ଖାନ? ଆଦିମାନବ ବେଶଧାରୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ବଡ଼ ଚର୍ଚ୍ଚା

1 min read

ମୁମ୍ବାଇ: ଆଜିର ଡିଜିଟାଲ ଜମାନାରେ ସେଲିବ୍ରେଟୀ, କ୍ରିକେଟର ଓ ରାଜନେତାଙ୍କୁ ନେଇ ଅନେକ ସମୟରେ ନୂଆ ନୂଆ ଭିଡିଓ ସାମ୍ନାକୁ ଆସିଥାଏ । ଏହା ମଧ୍ୟରେ ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମିର ଖାନଙ୍କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ଆଦିମାନବ ବେଶ ଧାରଣ କରି ମୁମ୍ବାଇ ରାସ୍ତାରେ ଏଣେତେଣେ ବୁଲୁଥିବା ଦେଖାଯାଉଛି । ଏହି ବ୍ୟକ୍ତିଜଣଙ୍କ ଅମିର ବୋଲି କୁହାଯାଉଛି । ଯୁବକ ଜଣଙ୍କ ଗୁମ୍ଫାରେ ରହୁଥିବା ଲୋକଙ୍କ ପରି ଦେଖାଯାଉଛନ୍ତି, ଯେ କି ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ହଇରାଣ କରୁଥିବା ଦେଖାଯାଉଛି । ଏପରିକି ଯୁବକ ଜଣଙ୍କ ଠେଲା ଗାଡ଼ିକୁ ଧକ୍କା ଲଗାଉଥିବା ମଧ୍ୟ ଦେଖାଯାଉଛି ।

ତେବେ ଏହି ଭିଡିଓର ସତ୍ୟତା ଏବେ ସାମ୍ନାକୁ ଆସିଯାଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଯୁବକ ଜଣଙ୍କ ଅମିର ନୁହନ୍ତି ବୋଲି ତାଙ୍କର ନିକଟତମ ସମ୍ପର୍କୀୟଙ୍କ ତରଫର ସ୍ପଷ୍ଟ କରାଯାଇଛି । ଏପରି ଖବରକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି । ଟ୍ବିଟରରେ ଛାଇ ଯାଇଥିବା ଏହି ଭିଡିଓରେ ଯୁବକ ଜଣଙ୍କ ଏକ ଠେଲା ଗାଡ଼ିକୁ ଧକ୍କା ଦେଇ ପ୍ଲାଷ୍ଟିକରୁ କିଛି ଖୋଜୁଥିବା ଦେଖାଯାଉଛି । ସେ ଅଜବ ଧରଣର କପଡ଼ା ପିନ୍ଧିବା ସହ ଲମ୍ବା କେଶ ଓ ଦାଢ଼ି ରଖିଛନ୍ତି । ଭିଡିଓକୁ ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଥିଲେ । ‘ଏହି ବ୍ୟକ୍ତି ଜଣଙ୍କ କଣ ସତରେ ଅମିର ଖାନ’ ବୋଲି ପ୍ରଶ୍ନ କରାଯାଇଛି । ସେହିପରି ଏହା କ ’ଣ କୌଣସି ପ୍ରମୋସନାଲ ଭିଡିଓ କି ବୋଲି ଅନେକ ମଧ୍ୟ ପ୍ରଶ୍ନ କରିଥିବା ଦେଖାଯାଇଛି ।

ନଜର ପକାନ୍ତୁ