ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ବିଏମସିର ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ବିଏମସିର ନିର୍ଦ୍ଦେଶ। ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ଖଣ୍ଡଗିରିର ମର୍ଯ୍ୟାଦା ହାନି ନ କରିବାକୁ ପାର୍ଟି ମାଲିକଙ୍କୁ କୁହାଯାଇଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ । ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଖଣ୍ଡଗିରିରେ ମାଘସପ୍ତମୀ ମେଳା । ମେଳା ପୂର୍ବରୁ ଆଜି ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି । ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଉପରେ ବିଏମସି ଫୋକସ କରିଛି । ସ୍ଥାୟୀ ଆଲୋକୀକରଣ, ପାନୀୟଜଳ ଓ ମୋବାଇଲ ଟଏଲେଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର । ୧୦୦ ମିଟର ବ୍ୟବଧାନରେ ନିୟୋଜିତ ହେବେ ଜଣେ ଲେଖାଏଁ ସ୍ୱାସ୍ୟ କର୍ମୀ । ପରିବେଷ ସଫା ସୁତାର ରହିବ, ସେଥି ପ୍ରତି ଯତ୍ନବାନ ହେବାକୁ ଜନସାଧାରଣଙ୍କୁ ବିଏମସି କମିଶନର ରଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି ।