କୁହୁଡ଼ି ପାଇଁ ଦିଶିଲାନି ବାଟ, କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର

ନନ୍ଦିଘୋଷ ବ୍ୟୁରୋ: ଘନ କୁହୁଡ଼ି ପାଇଁ କଣ୍ଟେନରକୁ ପଛପଟୁ ଧକ୍କା ଦେଲା କଣ୍ଟେନର । କ୍ୟାବିନରେ ଚାପିହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ୨ ଘଣ୍ଟାର ପରିଶ୍ରମ ପରେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇ ଜଳେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ଵର ଜାତୀୟ ରାଜପଥର ବାଲେଶ୍ୱରରୁ ଖଡକପୁର ରାସ୍ତା ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ୍ ନିକଟରେ ଡାଇଭର୍ଜନ ରହିଛି। ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ୍ ବୋଝେଇ କଣ୍ଟେନର ସେଠାରେ ସ୍ଲୋ ହୋଇଥିଲା । ଏହି ସମୟରେ ଘନ କୁହୁଡ଼ି ଯୋଗୁଁ କଣ୍ଟେନରଟି ଆଉ ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଳେଶ୍ୱର ପହଞ୍ଚି ଅଧିକ ତଦନ୍ତ କରୁଛି।