ଅଭିଶେକ ଶର୍ମାଙ୍କ ବ୍ୟାଟିଂ ଦେଖି ଏମିତି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

1 min read

ନନ୍ଦିଘୋଷ ବ୍ୟୁରୋ: ରବିବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମାଙ୍କ ଶତକକୁ ନେଇ ଏବେ ଚାରିଆଡ଼େ ପ୍ରଂଶସା ।  ଏପରକି ଅଭିଶେକଙ୍କ ଖେଳକୁ ନେଇ ପ୍ରଂଶସା କରିଛନ୍ତି ପୂର୍ବତନ ଅଧିନାୟକ । ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ କହିଛନ୍ତି କି, ସେ ଗୋଟିଏ ମ୍ୟାଚରେ ପୁରା କ୍ୟାରିୟର ପାଇଁ ଛକା ମାରି ଦେଇଛନ୍ତି । ମାତ୍ର ୨ ଘଣ୍ଟାରେ ସେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି ।

ତେବେ କହି ରଖୁଛୁ କି, ଶେଷ ଟି-୨୦ରେ ଅଭିଶେକ ଶର୍ମା ୫୪ ବଲରୁ ୧୩୫ ରନର ପାଳି ଖେଳିଛନ୍ତି । ଯେଉଁଥିରେ ଭାରତ ୧୫୦ ରନରେ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଅଭିଶେକ ଶର୍ମା ୧୩ଟି ଛକା ମାରିଛନ୍ତି । ସେପଟେ ଯଦି ଆମା କୁକଙ୍କ କଥା କହିବା ତାହେଲେ ସେ ନିଜର ଆନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ବି ଛକା ମାରି ନାହାନ୍ତି । ଯେଉଁ କାରଣରୁ ସେ ଅଭିଶେକଙ୍କୁ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବୋଲି କହିଛନ୍ତି । ସେପଟେ ସେ ନିଜର କ୍ୟାରିୟରରେ ୧୬୧ଟି ଟେଷ୍ଟରେ ମାତ୍ର ୧୧ଟି ଛକା ମାରିଛନ୍ତି । ସେହିପରି ୯୨ଟି ଦିନିକିଆରେ ୧୦ଟି ଛକା ମାରିଛନ୍ତି ।