ଦିଲ୍ଲୀ ବିଧାନସଭା ନିର୍ବାଚନ : ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଜି ସରୁଛି ପ୍ରଚାର। ହାତରେ ପ୍ରଚାର ଲାଗି ୧୨ ଘଣ୍ଟାରୁ କମ ସମୟ ଥିବାରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ।  ଜୋରସୋରରେ ପ୍ରଚାର ଚଳାଇଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି।ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି।  ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ମଧ୍ୟ ଜୋରସୋର ପ୍ରଚାର କରିଛନ୍ତି। ମଇଦାନରେ ପ୍ରଚାରର ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ହାତରେ ମାତ୍ର ଆଜି ଗୋଟିଏ ଦିନ। ଏଥର ହାଟ୍ରିକ ଲକ୍ଷ୍ୟରେ ରହିଛି ଆପ। ସେପଟେ  କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ। ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ। ଦିଲ୍ଲୀ ନିର୍ବାଚନରେ ଆସନ୍ତା ୫ ତାରିଖରେ ହେବ ଭୋଟଗ୍ରହଣ। ଫେବୃଆରୀ ୮ରେ ହେବ ଭୋଟ ଗଣତି।