ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ମାଡ଼ ଅଭିଯୋଗ
1 min readନନ୍ଦିଘୋଷ ବ୍ୟୁରୋ: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ମାଡ଼ ଅଭିଯୋଗ । ଭୁବନେଶ୍ବର ଭରତପୁର ଥାନା ଘାଟିକିଆ ଛକ ନାକା ଗେଟ୍ ନିକଟରେ ଥିବା ଅଂଜଳି ହୋଟେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିଛି ଗ୍ରାହକ ହୋଟେଲକୁ ଖାଇବାକୁ ଆସିଥିଲେ । ନିଜ ପସନ୍ଦ ମୁତାବକ ଖାଇବା ଅର୍ଡର କରିଥିଲେ । ହେଲେ ଖାଇବା ଦେବାରେ ୨ ମିନିଟ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ଗ୍ରାହକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଆହତ ଓ୍ବେଟର ଥାନାରେ ଏତଲା ଦେଇଛନ୍ତି । ପୋଲିସ CCTV ଆଧାରରେ ତଦନ୍ତ ଜାରି ରଖିଛି ।