ମମତା କୁଲକର୍ଣ୍ଣୀଙ୍କୁ ଝଟକା, ମାତା ହେବାର ୭ ଦିନ ପରେ କାଢି ନିଆଗଲା ଉପାଧି
1 min readନୂଆଦିଲ୍ଲୀ : ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ଝଟକା। କିନ୍ନର ଆଖଡାରୁ କୁଲକର୍ଣ୍ଣୀ ଓ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବହିଷ୍କାର କରିଛନ୍ତି ପ୍ରତିଷ୍ଠାତା ଋଷି ଅଜୟ ଦାସ। ମାତା ହେବାର ୭ ଦିନ ପରେ ମମତାଙ୍କଠୁ କାଢି ନିଆଗଲା ଉପାଧି । ଅତୀତର କେତେକ ବିବାଦୀୟ ଘଟଣାକୁ କେନ୍ଦ୍ର କରି ତାଙ୍କୁ ଆଖଡ଼ାରୁ ବହିଷ୍କାର କରାଯାଇଛି। ପ୍ରତିଷ୍ଠାତା ଅଜୟ ଦାସଙ୍କ ବିନା ସ୍ବୀକୃତି କ୍ରମେ ଲକ୍ଷ୍ମୀନାରାୟଣ ତ୍ରିପାଠୀ କୁଲକର୍ଣ୍ଣୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା। ଏକ ବିବୃତିରେ ଅଜୟ ଦାସ କହିଛନ୍ତି- ଆଚାର୍ଯ୍ୟ ମହାମଣ୍ଡେଳଶ୍ବରଙ୍କୁ ସଂଗଠନରୁ ଅବ୍ଯାହତି ଦିଆଯାଇଛି। ସେ ତାଙ୍କ ଦାୟିତ୍ବକୁ ସଠିକ୍ ତୁଲାଇ ନଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଗତ ୨୦୧୯ରେ ଜୁନା ଆଖଡାରେ ଯୋଗଦେଇଥିଲେ ଲକ୍ଷ୍ମୀନାରାୟଣ। ଅଜୟ କହିଛନ୍ତି- ଅପରାଧିକ ରେକର୍ଡ ଥିବା ମମତା କୁଲକର୍ଣ୍ଣୀଙ୍କୁ ଆଖଡାରେ ସାମିଲ କରି କିନ୍ନର ଆଖଡାର ନୈତିକ ମୂଲ୍ଯବୋଧ କ୍ଷୁଣ୍ଣ କରିଛନ୍ତି ଲକ୍ଷ୍ମୀନାରାୟଣ। କୁଲକର୍ଣ୍ଣୀଙ୍କୁ ବହିଷ୍କାର ପଛରେ ରହିଛି ୫ କାରଣ। ମମତାଙ୍କୁ ସିଧାସଳଖ ମହାମଣ୍ଡଳେଶ୍ବର ଉପାଧି ଦିଆଯାଇଥିଲା। ପ୍ରଥମେ ସେ ସନ୍ନ୍ଯାସିନୀ ହେବା ଉଚିତ୍ ଥିଲା। ମାତ୍ର ତାହା ଘଟି ନଥିଲା। ସେ ଫିଲ୍ମ ଜଗତରେ ଅନେକ ଗୁଡିଏ ବୋଲ୍ଡ ସିନରେ ଅଭିନୟ କରିଥିଲେ।ସେ ଅଣ୍ଡରୱାଲ୍ଡ ଜଗତ ସହ ଜଡିତ ଥିବା ଅଭିଯୋଗ ହୋଇଥିଲା। ସେ ଦୁବାଇରେ ଜଣେ ଡ୍ରଗ୍ସ ମାଫିଆଙ୍କୁ ବିବାହ କରିଥିବା ଜଣାପଡିଥିଲା। ଏହା ସହ ଆଖଡ଼ାର ନିୟମ ଅନୁସାରେ ମହାମଣ୍ଡଳେଶ୍ବରଙ୍କୁ ମୁଣ୍ଡନ ହେବାର ଥିଲା। ବେକରେ ବୈଜୟନ୍ତୀ ମାଳା ନପିନ୍ଧି ରୁଦ୍ରାକ୍ଷ ମାଳ ପିନ୍ଧିବା ଉଚିତ୍ ଥିଲା। ମମତା କୁଲକର୍ଣ୍ଣି ହିନ୍ଦୀ ସିନେମାରେ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି, ଯେପରିକି ‘ଛୁପା ରୁସ୍ତମ’, ‘ସେନ୍ସର’, ‘ଜାନେ-ଜିଗର’, ‘ଚାଇନା ଗେଟ୍’, ‘କିଲା’, ‘କ୍ରାନ୍ତିକାରୀ’, ‘ଜୀବନ ଯୁଦ୍ଧ’, ‘ନସୀବ’, ‘ ସେ ଯେଉଁ ଚଳଚ୍ଚିତ୍ରଗୁଡ଼ିକରେ ମୁଖ୍ୟ ଭୂମିକାରେ କାମ କରିଥିଲେ, ସେଥିରେ ବେକାବୁ’, ‘ବାଜି’, ‘କରଣ ଅର୍ଜୁନ’, ‘ତିରଙ୍ଗା’ ଅନ୍ତର୍ଭୁକ୍ତ।