ଆଜି ଆମେରିକା ଯିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାରିଜଣିଆ ଟିମ୍
1 min readନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇ ଆତଙ୍କବାଦୀ ହମଲାର ଅଭିଯୁକ୍ତ ତହଉର ରାଣାକୁ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ଆଣିବା ଲାଗି ଆଜି ଆମେରିକା ଯିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାରିଜଣିଆ ଟିମ୍ । ପ୍ରତ୍ୟର୍ପଣ କ୍ଷେତ୍ରରେ ରହିଥିବା ସମସ୍ତ ବିଧି ପାଳନ କରିବା ପରେ ତାକୁ ଭାରତ ଅଣାଯିବ । ସେପଟେ ରାଣାକୁ ଭାରତ ଅଣାଗଲେ ତାକୁ ତିହାର ଜେଲରେ ହିଁ ରଖାଯିବ ଏବଂ ଜେଲରେ ହାଇସିକ୍ଯୁରିଟି ବ୍ଯବସ୍ଥାସମ୍ପନ୍ନ ଓ୍ବାର୍ଡରେ ରଖିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକାର ଲସ ଆଞ୍ଜେଲସ ଜେଲରେ ବନ୍ଦୀ ଥିବା ରାଣାର ସମସ୍ତ ଆବେଦନ ବିଭିନ୍ନ ନିମ୍ନ କୋର୍ଟରେ ଖାରଜ ହୋଇଥିଲା । ଶେଷରେ ଗତ ଜାନୁଆରୀ ୨୧ରେ ଆମେରିକା ସୁପ୍ରିମକୋର୍ଟ ବି ପ୍ରତ୍ୟର୍ପଣ ରଦ୍ଦ ସଂକ୍ରାନ୍ତ ଆବେଦନ ଖାରଜ କରିଦେଇଥିଲେ । ୨୦୦୮ ନଭେମ୍ବର ୨6ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ହମଲାରେ ପ୍ରାଣ ହରାଇଥଲେ ୧୬୬ ନାଗରିକ । ୨୦୦୮ ଆତଙ୍କୀ ହମଲା ପରେ ୨୦୦୯ରେ ତାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ। ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲମାନ ହେଡଲି ଓରଫ ଦାଉଦ ଗିଲାନି ସହ ତହିଉରର ସମ୍ପର୍କ ଥିଲା। ମୁମ୍ବାଇ ହମଲା ମାମଲାରେ ହେଡଲି ବର୍ତ୍ତମାନ ଆମେରିକାରେ ୩୫ ବର୍ଷିଆ ଜେଲଦଣ୍ଡ ଭୋଗୁଛି।