E-ଶ୍ରମ ଯୋଜନାରେ ଶ୍ରମିକ ପାଇବେ ୨ ଲକ୍ଷ ଟଙ୍କା ! କେମିତି କରିବେ ଆବେଦନ?

1 min read

ନନ୍ଦିଘୋଷ ବ୍ୟୁରୋ :  E-ଶ୍ରମ ଯୋଜନାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଯୋଜନାରେ ମିଳୁଛି ଢେର ସାରା ଲାଭ । ଭାରତ ସରକାରଙ୍କ ଦ୍ୱାରା ଏହି ଯୋଜନାକୁ ବାହାର କରାଯାଇଛି। ଏଥିରେ ଲୋକେ ଅନେକ ସୁବିଧା ପାଇପାରିବେ। ତେବେ କ’ଣ ଏହି E-ଶ୍ରମ ଯୋଜନା, ଏବଂ ଏହାକୁ କେମିତି କରିବେ ଆବେଦନ?  ଜାଣି ରଖନ୍ତୁ ।

ଅଳ୍ପ କାମ କରି ଅଧିକ ସୁବୁଧା ପାଇବାକୁ ଚାହୁଁଥିଲେ ଏହି ଯୋଜନାକୁ ହାତ ଛଡା କରନ୍ତୁ ନାହିଁ । ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ ରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସ୍ ତିଆରି କରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏହି ପୋର୍ଟାଲରେ ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏହି ଯୋଜନା ସେହି ଶ୍ରମିକଙ୍କ ପାଇଁ ପ୍ରଯ୍ୟୁଜ୍ୟ ଯେଉଁମାନେ EPFO ଏବଂ ESIC ର ସଦସ୍ୟ ହୋଇନଥିବେ। ଏଥିପାଇଁ କେବଳ ଆଧାର ନମ୍ୱର ଏବଂ ବ୍ୟାଙ୍କ ଡିଟେଲ ଆବଶ୍ୟକ ହୋଇଥାଏ। ଏଥିରେ ସମସ୍ତ ଶ୍ରମିକ ନିଜର ରେଜିଷ୍ଟ୍ରେନ କରି ଫାଇଦା ଉଠାଇ ପାରିବେ ।

E-ଶ୍ରମ ପୋର୍ଟାଲ କଣ?

ଏହି ପୋର୍ଟାଲ ଏମିତି ଏକ ପ୍ଲାଟଫର୍ମ, ଯେଉଁଥିରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ ଶ୍ରମ ମନ୍ତ୍ରାଳୟ ଦ୍ୱାରା ବନାଯାଇଛି ।

ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ ପାଇଁ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ। ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ ।

ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବୟସ ୧୮ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଇ-ଶ୍ରମ ଯୋଜନାରେ ପଞ୍ଜୀକୃତ ପରେ ଯଦି ଶ୍ରମିକ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମତା ହେଲେ ସେମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଂଶିକ ଅକ୍ଷମତା କ୍ଷେତ୍ରରେ, ଏକ ଲକ୍ଷ ଟଙ୍କା ସହାୟତା ଦିଆଯାଏ ।

ଏହାକୁ କେମିତି ଆବେଦନ କରିବେ

ଇ-ଲେବର ପୋର୍ଟାଲ eshram.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଆବେଦନ ପ୍ରକ୍ରିୟା ପୂରଣ କରିବେ । ଇ-ଶ୍ରମ ପୋର୍ଟାଲରେ ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ପଞ୍ଜୀକରଣ କରିପାରିବେ ।