ଭୁବନେଶ୍ବରରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ: କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଭୁବନେଶ୍ବରର ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭବପତି । ସେହିପରି କଟକରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାନ୍ଧିମାର୍ଗରେ ଏନସିସି ଛାତ୍ରଛାତ୍ରୀଙ୍କ ପରେଡ ପ୍ରଦର୍ଶିତ ହେବା ସହ ୪୯ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଦ୍ବାରା ପରେଡ୍ ଅନୁଷ୍ଠିତ ହୋଇଛି । ଏହି ଅବସରରେ  ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହୋଇଛି ରାଜ୍ୟର ସମସ୍ତ ପୁରପଲ୍ଲୀ । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ଭାଗ ନେଇଛନ୍ତି ୪୩ କଣ୍ଟିଜେଣ୍ଟ । ଡେୟାର ଡେଭିଲ, ସ୍କେଟିଂରେ ଦର୍ଶକ ଦେଖିଥିଲେ ଶିବ ତାଣ୍ଡବ । ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ IPS ଭୋଷଲେ ଶୁଭମ ସଞ୍ଜୟ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଥିଲା ।

ଏଥିସହିତ ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ବି ପରେଡରେ ସାମିଲ ହୋଇଥିଲେ । ମହର୍ଷି ଡେୟାର ଡେଭିଲସ ଦୁଃସାହିସିକ ବାଇକ ସୋ ଜଲୱା ଦେଖାଇଥିଲେ । ଏହାସହ ଓଡିଶା ସ୍ ସେକ୍ଟିଂ ଏକାଡେମୀର ଛାତ୍ରଛାତ୍ରୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ । ତା’ ପରେ ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ । ପତାକା ଉତ୍ତୋଳନ ଅବସରରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିଥିଲେ ।