ଆଜି ଓଡ଼ିଶା ପାଳିବ ସାଧାରଣତନ୍ତ୍ର ଦିବସ
1 min readଭୁବେନଶ୍ବର: ଆଜି ଓଡ଼ିଶା ପାଳିବ ସାଧାରଣତନ୍ତ୍ର ଦିବସ । ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହେବ ପୁରପଲ୍ଲୀ । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ଭାଗ ନେବେ ୪୩ କଣ୍ଟିଜେଣ୍ଟ । ଡେୟାର ଡେଭିଲ, ସ୍କେଟିଂରେ ଦର୍ଶକ ଦେଖିବେ ଶିବ ତାଣ୍ଡବ । ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ IPS ଭୋଷଲେ ଶୁଭମ ସଞ୍ଜୟ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ବି ଦେଖାଇବେ ପରେଡ୍ । ମହର୍ଷି ଡେୟାର ଡେଭିଲସ ଦୁଃସାହିସିକ ବାଇକ ସୋ ଜଲୱା ଦେଖାଇବେ । ଏହାସହ ଓଡିଶା ସ୍ ସେକ୍ଟିଂ ଏକାଡେମୀର ଛାତ୍ରଛାତ୍ରୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିବେ । ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ପରିବେଷଣ କରିବେ ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ । ପରେ ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିବେ ।