ଠକିଦେଲା ବିଦେଶିନୀ ପ୍ରେମିକା: ପାକିସ୍ତାନ ଜେଲରେ ପ୍ରେମର ପରୀକ୍ଷା ଦେଉଛନ୍ତି ନିରୀହ ଭାରତୀୟ ଯୁବକ

ଆଲିଗଡ଼: ’ପାପା, ସେ ଝିଅଟି ବହୁତ ବ୍ୟସ୍ତ ଥିଲା…. ସେଥିପାଇଁ ମୁଁ ପାକିସ୍ତାନ ଚାଲି ଆସିଲି । ଏବେ ମୁଁ ଏଠାରେ ଇସଲାମ କବୁଲ କରୁଛି । ମୋର ଫେରିବା ନ ଫେରିବା ନେଇ ଆପଣ ବ୍ୟସ୍ତ ହେବେନି ।’ ଆଲିଗଡ଼ରେ ରହୁଥିବା ବାଦଲ ବାବୁ ନାମକ ଯୁବକ ଭିଡିଓ କଲରେ ଏହା କହିଥିଲେ। ସୋସିଆଲ ମିଡ଼ିଆରେ ହୋଇଥିବା ପ୍ରେମରେ ପଡ଼ି ବାଦଲ ଶତ୍ରୁ ଦେଶ ସୀମାରେ ପାଦ ଦେବାକୁ ପଛାଇ ନଥିଲେ । ବାଦଲ ମା’ଙ୍କୁ ଭିଡିଓ କଲରେ ଦେଖି କାନ୍ଦି ପକାଇଥିଲେ । ବାଦଲଙ୍କୁ କୋର୍ଟରେ ହାଜର କରାଯାଇଥିଲା, ସେଠାରେ ତାଙ୍କୁ ଜାମିନ ମିଳିନଥିଲା । ପ୍ରେମ ଚକ୍କରରେ ପଡ଼ି ବାଦଲ ଫସି ଯାଇଥିଲେ ।

’ଗଦର’ ଫିଲ୍ମର ତାରା ସିଂହ ଓ ସଲମାନ ଖାନଙ୍କ ’ବଜରଙ୍ଗୀ ଭାଇଜାନ’ ପରି ଫିଲ୍ମର କାହାଣୀକୁ ବାସ୍ତବ ଭାବି ଆଲିଗଡ଼ର ଯୁବକ ବାଦଲ ସବୁ ସୀମା ଟପିଯାଇଥିଲେ । ଡିସେମ୍ବରରେ ଗିରଫ ହେବା ପରେ ତାଙ୍କୁ ଜେଲରେ ରଖାଯାଇଥିଲା । ଜାନୁଆରୀ ୨୪ରେ ବାଦଲଙ୍କୁ ପାକିସ୍ତାନ କୋର୍ଟରେ ହାଜର କରାଯାଇଥିଲା । ଚାର୍ଜଶିଟ ନ ପହଞ୍ଚିବା କାରଣରୁ ତାଙ୍କର ଜାମିନ ଯାଚିକାର ଶୁଣାଣି ହୋଇ ପାରିନଥିଲା । ସେଥିପାଇଁ ତାଙ୍କୁ ପୁଣି ଥରେ ଜେଲରେ ଭର୍ତ୍ତି କରାଯାଇଥିଲା ଓ ଫେବୃଆରୀରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବାଦଲଙ୍କ ପିତା କୃପାଲ ସିଂହ କହିଛନ୍ତି, ଆଇନଜୀବୀ ଫିୟାଜ ରାମାୟଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ । ସେହି ସମୟରେ ସେ କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ । ତାଙ୍କର ଆଖି ଛଳଛଳ ହୋଇଯାଇଥିଲା । ମାତ୍ର ତା’ପରେ ସେ ନିଜକୁ ସମ୍ଭାଳିଥିଲେ । ପାକିସ୍ତାନୀ ନିବାସୀ ସନା ରାନୀ ଓ ତାଙ୍କର ମା’ଙ୍କ କହିବା ଅନୁସାରେ ବାଦଲ ପାକିସ୍ତାନ ଚାଲିଯାଇଥିଲେ । ସେଠାରେ ସେ ଇସଲାମ କବୁଲ କରିଥିବା କଥା ଭିଡିଓ କଲରେ କହିଥିଲା । ସନାଙ୍କୁ ସାକ୍ଷାତ କରିବା ପାଇଁ ବାଦଲ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ମଣ୍ଡି ବହାଉଦ୍ଦୀନ ଜିଲ୍ଲାର ମାଉଙ୍ଗ ଗାଁରେ ପହଞ୍ଚିଥିଲେ । ଫେସବୁକ ବନ୍ଧୁତା ପରେ ବାଦଲ ପାକିସ୍ତାନ ଯାଇଥିଲେ ।

ମାତ୍ର ସେଠାରେ ପହଞ୍ଚିବା ପରେ ବିବାହ କରିବାକୁ ପ୍ରେମିକା ମନା କରିଦେଇଥିଲେ । ବିନା ଭିସା ଓ ପାସପୋର୍ଟରେ ବାଦଲ ପାକସ୍ତାନ ସୀମା ପାର କରିଥିଲେ । ତେଣୁ ପୋଲିସ ତାଙ୍କୁ ଧରି କୋର୍ଟରେ ହାଜର କରିଥିଲା ଓ ତା’ପରେ ଜେଲ ପଠାଇଥିଲା । ଆଲିଗଡ଼ର ନଗଲା ଖଟକାରୀ ଗ୍ରାମରେ ବାଦଲଙ୍କର ଗାଁ ବୋଲି ଜଣାପଡ଼ିଛି ।  ପାକିସ୍ତାନରେ ପହଞ୍ଚିବା ପରେ ପ୍ରେମିକା ବିବାହ କରିବାକୁ ଅଗ୍ରାହ୍ୟ କରିବା ପରେ ବାଦଲ ନିଜର ପରିଚୟ ବଦଳାଇ ସେଠାରେ ରହିଥିଲେ ।