କେଜ୍ରିୱାଲଙ୍କ ହଟିଲା ଜେଡ୍ ପ୍ଲସ୍ ସୁରକ୍ଷା, ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ପ୍ରତ୍ୟାହାର
ନୂଆଦିଲ୍ଲୀ: ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା । ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବ ପୋଲିସ ଦେଇଥିବା ଜେଡ୍ ପ୍ଲସ୍ ସୁରକ୍ଷା ହଟିଲା । ଦିଲ୍ଲୀରେ ପଞ୍ଜାବ ପୋଲିସ ସୁରକ୍ଷା ଦେଇପାରିବ ନାହିଁ ବୋଲି କହିଛି ଦିଲ୍ଲୀ ପୋଲିସ । ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ଆପତ୍ତି ଉଠାଇଥିଲା ଦିଲ୍ଲୀ ପୋଲିସ । ଏହାପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ପଞ୍ଜାବ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଉଥିଲା ।
ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କେଜ୍ରିୱାଲଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ତେବେ ସୁରକ୍ଷା ବ୍ୟବସ୍ଥା ହଟିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପଞ୍ଜାବ ପୋଲିସ ଡିଜି । ସେପଟେ ଜୋରଜବରଦସ୍ତ କେଜ୍ରିୱାଲଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା କହିଛନ୍ତି ଆପ ନେତା ସଂଜୟ ସିଂହ । ନିର୍ବାଚନ କମିଶନ ଏବଂ ଦିଲ୍ଲୀ ପୋଲିସର ଆପତ୍ତି ପରେ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଯାଆଇଛି । ସେପଟେ ସୁରକ୍ଷା ପ୍ରସଙ୍ଗରେ ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣିଶୁଣି ଦିଲ୍ଲୀ ପୋଲିସ ତାଙ୍କର ନିର୍ବାଚନ ଶୋଭାଯାତ୍ରାରେ ବିରୋଧୀଙ୍କୁ ପଶିବାକୁ ସୁଯୋଗ ଦେଇଥିଲା । ଏବଂ ଏଥିଯୋଗୁ ବିରୋଧୀ ତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ।