‘ନବୀନଙ୍କ ନେତୃତ୍ବରେ ଶିଳ୍ପାୟନର ହବ ପାଲଟିଥିଲା ଓଡ଼ିଶା’

ଭୁବନେଶ୍ବର : ନବୀନଙ୍କ ନେତୃତ୍ବରେ ଓଡ଼ିଶା ଶିଳ୍ପାୟନର ହବ ପାଲଟିଥିଲା । ୨୦୧୬ରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରି ନବୀନ ପଟ୍ଟନାୟକ ନିବେଶକାରୀଙ୍କୁ ଓଡ଼ିଶା ମୁହାଁ କରାଇଥିଲେ । ୨୦୧୬ରେ ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣରେ ଅଢ଼େଇରୁ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଥିଲା । ୨୦୧୮ରେ ଦ୍ବିତୀୟ ସଂସ୍କରଣରେ ସାଢ଼େ ୪ ଲକ୍ଷ କୋଟି ପୁଞ୍ଜି ଆସିଥିଲା । ୨୦୨୨ରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ୧୦ ଲକ୍ଷ ୩୦ ହଜାର କୋଟି ପୁଞ୍ଚି ଆସିଥିଲା । ମେକ୍ ଇନ୍ ଓଡ଼ିଶାର ୩ଟି ସଂସ୍କରଣରେ ଓଡ଼ିଶାକୁ ଭଲ ପୁଞ୍ଜି ଆସିବା ସହ ୬୦ ପ୍ରତିଶତ ପ୍ରକଳ୍ପ କାର୍ଯକାରୀ ହେବା ଆରମ୍ଭ ହୋଇଥିଲା । ଯାହା ଦେଶ ତୁଳନାରେ ଓଡ଼ିଶା ଆଗରେ ଥିଲା । ଆଜିର ତାରିଖରେ ଓଡ଼ିଶାରେ ଶିଳ୍ପାୟନର ଆବଶ୍ୟକତା ଅଛି । ତେଣୁ ବିଜେପି ସରକାର ଆସିଲା ପରେ ଚିରାଚରିତ ଢଙ୍ଗରେ ନାଁ ପରିବର୍ତ୍ତନ କରୁଛି । ମେକ୍ ଇନ୍ ଓଡ଼ିଶାର ନାଁ ପରିବର୍ତ୍ତନ କରି ଉତ୍କର୍ଷ ଓଡ଼ିଶା ନାଁ ଦେଇଛି । ହେଲେ ଏଥିରେ କେତେ ପୁଞ୍ଜି  ଆସୁଛି ତାହା ଦେଖିବାର କଥା ।  ୨୮ ଓ ୨୯ ତାରିଖ ଦୁଇଦିନ ଧରି ଉତ୍କର୍ଷ ଓଡ଼ିଶା ହେବ । ପ୍ରବାସୀ ଭାରତୀୟ ସମ୍ମିଳନୀରେ କହିଲେ ୧୫ ହଜାର ପ୍ରବାସୀ ଆସିବେ । କେତେ ପ୍ରବାସୀ ଆସିଲେ ତାହା ଓଡ଼ିଶା ଲୋକ ଦେଖିଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।  ବିଜେଡି ସରକାର ଏକୁଟିଆ ରାଜ୍ୟ ପାଇଁ ଯେତିକି ପୁଞ୍ଜି ଆଣିଛି, ବିଜେପିର ଡବଲ ଇଞ୍ଜିନ ସରକାର ଅଧିକ ପୁଞ୍ଜି ଆଣୁ ବୋଲି ବିଜେଡି ଦାବି କରିଛି । ଉତ୍କର୍ଷ ଓଡ଼ିଶା  ସରିବା ପରେ କେତେ ପୁଞ୍ଚି ଓଡ଼ିଶା ପାଇଲା ତାହାର ହିସାବ କରାଯିବ ଓ ବିଧାନସଭାରେ ପ୍ରଶ୍ନ କରାଯିବ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।