ପୁରୀ ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ତୀବ୍ର ବିରୋଧ

କୋଣାର୍କ : ପ୍ରସ୍ତାବିତ ବନ୍ଦର ପାଇଁ ତୃତୀୟ ପର୍ଯ୍ଯାୟ ଜନଶୁଣାଣିକୁ ତୀବ୍ର ବିରୋଧ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ଜିଦରେ ବିସ୍ଥାପିତ । ସାମୁଦ୍ରିକ ବିକାଶ କ୍ଷେତ୍ରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ସରକାରୀ ଘରୋଇ ସହଭାଗିତାରେ ବନ୍ଦର ସ୍ଥାପନ ନିମନ୍ତେ ଓଡିଶା ସରକାର ଏବଂ ନବଯୁଗ ଇଞ୍ଜିନିଅର କମ୍ପାନୀ ଲିମିଟେଡ଼ ମଧ୍ଯରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ପରିବେଶ ମନ୍ତ୍ରାଳୟ ପ୍ରଦୂଷଣ ବୋର୍ଡ ମଲ୍ଟି ଗ୍ରୀନ ଫିଲଡି ପୋର୍ଟର ବିକାଶ ତରଫରୁ ବନ୍ଦର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ୨୦୦୬ ମସିହାରେ ଇ.ଆଇ.ଏ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ଯାୟ ଜନଶୁଣାଣି ଭାରତ ସରକାର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟର୍ମ ହାସଲ କରାଯାଇଛି । ସର୍ବସାଧାରଣଙ୍କ ଶୁଣାଣି ନିମନ୍ତେ ଆଜି ଅସ୍ତରଙ୍ଗ ବ୍ଲକ ସୁନ୍ଦର ପଡିଆରେ ଠାରେ ଆୟୋଜିତ ହୋଇଥିବା ତୃତୀୟ ପର୍ଯ୍ଯାୟ ଜନଶୁଣାଣିକୁ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି ।
ଅସ୍ତରଙ୍ଗ ଅଞ୍ଚଳ ହେଉଛି ଜୈବବିବିଧତା ପରିପୂର୍ଣ୍ଣ ପ୍ରାକୃତିକ ପରିବେଶ । ଏଠାକୁ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ଏଠାକାର ସ୍ଥାନୀୟ ଲୋକ ଧାନ, ପାନ, ମୀନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେଣୁ ଏଠାରେ ବନ୍ଦର ନିର୍ମାଣ ହେଲେ ଅଞ୍ଚଳର ଭିତ୍ତିଭୂମି ନଷ୍ଟ ହୋଇଯିବ ବୋଲି ବିଭିନ୍ନ ରାଜନୈତିକ ବ୍ଯକ୍ତି ମାନେ ମତ ଦେଇଛନ୍ତି । ଅନ୍ଯପଟେ ଜନତାଙ୍କ ସ୍ଵାର୍ଥକୁ ନେଇ ଲଢେଇ କରିବେ ବୋଲି କହିଛନ୍ତି ବିଜେଡି ନେତା । ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ବନ୍ଦ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।