ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ଅଭିଯୁକ୍ତ
ନନ୍ଦିଘୋଷ ବ୍ୟୁରୋ: ସଇତାନ ସ୍ଵାମୀର ଅମାନୁସିକ କାଣ୍ଡ । ପତ୍ନୀଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ପ୍ରେସର କୁକରରେ ରାନ୍ଧିଲା । ଏଭଳି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାରର ପ୍ରକାଶମ ଜିଲ୍ଲାର ଜେପି ଚେରୁଭୁର ଅଞ୍ଚଳରୁ । ପତ୍ନୀ ନିଖୋଜ ମାମଲରା ତଦନ୍ତ ପରେ ସାମନାକୁ ଆସିଲା ସତ । ମୃତକ ୩୫ ବର୍ଷୀୟ ଭେଙ୍କଟ ମାଧବୀ । ତେଲଙ୍ଗାନାର ପ୍ରକାଶମ ଜିଲ୍ଲାର ଜେପି ଚେରୁଭୁର ବାସିନ୍ଦା ଅଭିଯୁକ୍ତ ଗୁରୁମୂର୍ତ୍ତି, ଡିଆରଡିଓରେ ଆଉଟସୋର୍ସିଂ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। କିଛି ଦିନ ତଳେ ପତ୍ନୀ ଭେଙ୍କଟ ମାଧବୀ ନିଖୋଜ ହୋଇଯାଇଥିଲେ । ଭେଙ୍କଟ ମାଧବୀଙ୍କ ବାପା ମାଆ ଚଳିତ ମାସ ଜାନୁଆରୀ ୧୩ ତାରିଖରେ ମିରପେଟ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପ୍ରଥମେ ଅଭିଯୁକ୍ତ ଗୁରୁମୂର୍ତ୍ତି ଘଟଣା ବିଷୟରେ ଜାଣିନଥିବାର ଅଭିନୟ କରିଥିଲା । ପୋଲିସର ତଦନ୍ତ ମଧ୍ୟରେ ଅପରାଧ ସହିତ ଜଡିତ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି । ଗୁରୁମୂର୍ତ୍ତି ତାଙ୍କ ପତ୍ନୀ ୩୫ ବର୍ଷୀୟ ଭେଙ୍କଟ ମାଧବୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି, ସେ ଶରୀରର କିଛି ଅଂଶକୁ ପ୍ରେସର କୁକରରେ ସିଝାଇ ଦେଇଥିବା ଘଟଣା ସାମନାକୁ ଆସିଛି। ଏହା ସହିତ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦ ଅଞ୍ଚଳରେ ଫିଙ୍ଗାଯାଇଥିବା ଶରୀରର କିଛି ଅଂଶକୁ ମଧ୍ୟ ପୋଲିସ ଜବତ କରିଛି । ଗୋପନୀୟତା ବଜାୟ ରଖି ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।