ପିସିସି ସଭାପତି ନେଇ ଟଣାଓଟରା ଚାଲିଛି: ନିରଞ୍ଜନ ପଟ୍ଟନାୟକ
1 min readନନ୍ଦିଘୋଷ ବ୍ୟୁରୋ: ପିସିସି ସଭାପତି ସସପେନ୍ସ । କଂଗ୍ରେସ ମୁଖିଆ ଘୋଷଣା ନେଇ ବିଳମ୍ବ ହେଉଥିବାବେଳେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ତଥା ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । କହିଛନ୍ତି, ପିସିସି ସଭାପତି ନେଇ ଟଣାଓଟରା ଚାଲିଛି । କେବେ ହେବ ସେ ଜାଣିନାହାଁନ୍ତି । ମୁଁ କେତେବେଳେ PCC ସଭାପତି ହେଲି ଓ ବାଦି ହେଲି ଜାଣିପାରିଲିନି । କେବଳ ଓଡ଼ିଶା ନୁହେଁ ଅଲଗା ରାଜ୍ଯର ବି ହୋଇନି । ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ଅସନ୍ତୋଷ ଝାଡିଛନ୍ତି ନିରଞ୍ଜନ । ଏହାର ଜବାବରେ ଜୟଦେବ ଜେନା କହିଛନ୍ତି, ପିସିସି ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଜାନୁଆରୀ ୩୦ ଭିତରେ ପିସିସି ସଭାପତି ଘୋଷଣା ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଜୟଦେବ ।