ପୋଲିସ ଡିଜିଙ୍କ ରାଉରକେଲା ଗସ୍ତ, ଲୋକଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ରାଉରକେଲା: ରାଉରକେଲାରେ ଉଦ୍‌ଘାଟିତ ହୋଇଛି ମଡର୍ଣ୍ଣ ପୋଲିସ କଣ୍ଟ୍ରୋଲ ରୁମ୍‌ । ପୋଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରିଛନ୍ତି । ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଉଦ୍‌ଘାଟିତ ମଡର୍ଣ୍ଣ ପୋଲିସ କଣ୍ଟ୍ରୋଲ ରୁମରେ ଟ୍ରାଫିକ୍‌ ,ପିସିଆର ଓ ସର୍ଭର ବ୍ୟବସ୍ଥା ରହିଛି । ଯାହାକି ପୋଲିସକୁ ଅପରାଧ ରୋକିବା ଦିଗରେ ବେଶ୍ ସହାୟକ ହେବ ।

ପୋଲିସ ଡିଜି ଅଭୟ ୱାରେଣ୍ଟିକୁ ଧରିବା, ତଦନ୍ତ ଶୀଘ୍ର ଶେଷ କରିବା, ମୋ ସରକାରର ସଫଳତା ସହିତ ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ଅପରାଧୀ ଯେପରି ଦଣ୍ଡ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ଏସପିଙ୍କ ସମେତ ରାଉରକେଲା ରେଲୱେ ଏସପି ଓ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସହ ପୋଲିସ ଡିଜି ଅଭୟ ସମୀକ୍ଷା ବୈଠକ କରିଥିଲେ ।

Leave a Reply