ଉଦଯାପିତ ହେଲା ଅଟ୍ରି ମକର ମେଳା: ଉଦଯାପନୀ ସନ୍ଧ୍ୟାରେ ସାମିଲ ହେଲେ ସାଂସଦ ମାନସ ମଙ୍ଗରାଜ

ଖୋର୍ଦ୍ଧା: ଖୋର୍ଦ୍ଧାର ଅନ୍ୟ ଏକ ଧାର୍ମିକ ପୀଠ ଅଟ୍ରି ଉଷ୍ଣପ୍ରସବଣ । ମକର ସଂକ୍ରାନ୍ତି ଆସିଲେ ପୀଠ ହୁଏ ଲୋକାରଣ୍ୟ । ୧୫ ଦିନ ଧରି ଚାଲେ ମକର ମେଳା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା ଓ ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି । ତେଣୁ ପୀଠର ସୌନ୍ଦର୍ଯ୍ୟକରଣ ସହ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ ପୂର୍ବ ସରକାର । ଉନ୍ନତିକରଣ ପାଇଁ ଯୋଗାଇ ଦେଇଥିଲେ ୪ କୋଟି ଟଙ୍କାର ଅନୁଦାନ । ମେଳାର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ନବୀନ ସରକାର ସମୟରେ ଦିଆଯାଇଥିବା ଅନୁଦାନ ଅର୍ଥକୁ ତୁରନ୍ତ ବିନିଯୋଗ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏହି ଅବସରରେ ଅଟ୍ରି ପୀଠର ଓ ଏଠାରେ ଚାଲିଥିବା ମେଳାକୁ ବୁଲି ଦେଖିବା ସହ ଧାର୍ମିକ ପୀଠ ଏବଂ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ।

ବେଗୁନିଆ ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସାଂସଦ ସୁଲତା ଦେଓ ଯୋଗ ଧାର୍ମିକ ପୀଠ ମହତ୍ତ୍ଵ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ସକାଳର ପ୍ରକାଶକ ଅମିତ ମଲ୍ଲିକ ମଧ୍ୟ ମହୋତ୍ସବର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କମିଟି ପକ୍ଷରୁ ଅତିଥିମାନଙ୍କୁ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଞ୍ଚରେ ବିଭିନ୍ନ ପ୍ରତିଭାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ୧୫ ଦିନ ଧରି ଚାଲିଥିବା ଏହି ଉତ୍ସବରେ ମେଳା ସାଙ୍ଗକୁ ଜମିଥିଲା କିଣାବିକା । ଶେଷ ଦିନରେ ହାସ୍ୟ କଳାକାର ପ୍ରଜ୍ଞା ଙ୍କ ଅଭିନୟ ସହ ବିଭିନ୍ନ ଅନୁଷ୍ଠାନ ନୃତ୍ୟରେ ଦୁଲୁକିଥିଲା ଅଟ୍ରି ମଞ୍ଚ ।

ନଜର ପକାନ୍ତୁ