ଯନ୍ତ୍ର ଦ୍ବାରା ହେବ ମାନସିକ ରୋଗର ଚିକିତ୍ସା: ଭାରତୀୟ ବୈଜ୍ଞାନିକମାନେ ବିକଶିତ କଲେ ମଡର୍ଣ୍ଣ ଡିଭାଇସ୍
1 min readଆଜିର ସମୟରେ ଅଧିକାଂଶ ଲୋକ ମାନସିକ ଚାପ ବା ଅବସାଦ ଦେଇ ଗତି କରୁଛନ୍ତି । ଏହି ଚାପ ଏମିତି ମଣିଷକୁ ଏମିତି ଗ୍ରାସ କଲାଣି ଯେ, ଛୋଟ ଛୋଟ କଥାକୁ ନେଇ ଲୋକମାନେ ବିରକ୍ତ ହେଉଥିବା ଦେଖାଯାଉଛି । ଏହାର ଭୟଙ୍କର ପରିଣାମ ମଧ୍ୟ ମଣିଷ ଭୋଗୁଛି । ଏହି କାରଣରୁ ଅନେକ ସମୟରେ ଲୋକଙ୍କର ମାନସିକ ସ୍ଥିତି ବିଗିଡ଼ି ଯାଉଥିବା ଦେଖାଯାଉଛି । ଲୋକଙ୍କର ଷ୍ଟ୍ରେସ କମ୍ କରିବା ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାରର ଗବେଷଣା ଜାରି ରଖିଛନ୍ତି । ଏହା ମଧ୍ୟରେ ବୈଜ୍ଞାନିକମାନେ ଚାପକୁ ଖୋଜିବା ପାଇଁ ଏକ ଡିଭାଇସ ବିକଶିତ କରିଛନ୍ତି । ଏହି ଡିଭାଇସ ପିନ୍ଧିଲେ ଚାପକୁ ଖୋଜିବା ସମ୍ଭବ ହୋଇପାରେ । ଏହି ମଡର୍ଣ୍ଣ ଓ ସ୍ମାର୍ଟ ଓ୍ବାଚେବଲ ଡିଭାଇସ ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିବ । ଏହାଛଡ଼ା ଏହି ଟେକନିକ ରୋବୋଟିକ ସିଷ୍ଟମରେ ମଧ୍ୟ ଉନ୍ନତି ଆଣିପାରେ ।
ବେଙ୍ଗାଲୁରୁର ଜବାହରଲାଲ ନେହରୁ ଉନ୍ନତ ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର (JNCASR))ର ବୈଜ୍ଞାନିକମାନେ ପିନ୍ଧିବା ଯୋଗ୍ୟ ସ୍ମାର୍ଟ ସ୍ବାସ୍ଥ୍ୟ ଡିଭାଇସ ବିକଶିତ କରିଛନ୍ତି । ଏହା ମାଧ୍ୟମରେ ଚାପର ସ୍ତରକୁ ଚିହ୍ନଟ କରାଯାଇପାରେ । ବୈଜ୍ଞାନିକମାନେ ସିଲଭର ଓ୍ବେୟାରର ଉପଯୋଗ କରି ମଡର୍ଣ୍ଣ ଡିଭାଇସ ପ୍ରସ୍ତୁତ କରିଛନ୍ତି । ଏହା ଚାପକୁ ବୁଝିବା ସହ ବଡିରେ ହେଉଥିବା ଯନ୍ତ୍ରଣାର ମଧ୍ୟ ସନ୍ଧାନ ପାଇ ପାରିବ । ବାହ୍ୟ ସେନ୍ସର ବା ସେଟଅପ ବିନା ଲୋକଙ୍କ ଚାପକୁ ଚିହ୍ନଟ କରିବା ପାଇଁ ଏହି ଟେକନିକ ଅନୁକୂଳ ଅଟେ । ଏହା ଉନ୍ନତ ହେଲଥ ମନିଟରିଂ ସିଷ୍ଟମକୁ ବିକଶିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ।
ଏହି ଟେକ୍ନୋଲୋଜି ସ୍ବାସ୍ଥ୍ୟର ସ୍ଥିତି ଓ ଚାପକୁ ଚିହ୍ନଟ କରିବା ପାଇଁ ଉପଯୋଗୀ ଅଟେ । ଏହି ଟେକ୍ନୋଲୋଜି ସ୍ବାସ୍ଥ୍ୟର ସ୍ଥିତି ଓ ଚାପକୁ ଚିହ୍ନଟ କରିବା ପାଇଁ ଉପଯୋଗୀ ଅଟେ । ଶରୀରରେ ବର୍ତ୍ତମାନ ଚାପର ସ୍ତର କେତେ ରହିଛି ଓ ଆପଣଙ୍କ ଶରୀରର ସ୍ଥିତି କିପରି ରହିଛି, ସମୟ ପୂର୍ବରୁ ତାହା ଜଣାପଡ଼ିଯିବ । ଏଥିସହିତ ବ୍ୟକ୍ତିଙ୍କ ହିଷ୍ଟ୍ରି ବୁଝିବାରେ ମଧ୍ୟ ଏହି ଟେକ୍ନେଲାଜି ଡାକ୍ତରଙ୍କୁ ସହୟତା ପ୍ରଦାନ କରିବ । ଆଜିର ସମୟରେ ଚାପ କାରଣରୁ ମଣିଷ ଅନେକ ଭୟଙ୍କର ରୋଗର ଶିକାର ହେଉଛି । ତେଣୁ ଚାପର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରିବା ଓ ତା’ର ପ୍ରଭାବକୁ କମ୍ କରିବାରେ ଏହି ଟେକନିକ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଏହା ହାଇ ବିପି, ହୃଦ ରୋଗ, ମୋଟାପା ଓ ଚାପ ସୃଷ୍ଟି କରୁଥିବା ହରମୋନ୍ସକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହୟକ ହେବ ।