୭ ମିନିଟ୍ ବିଳମ୍ୱ ହେବାରୁ କ୍ୟାବ୍ ଡ୍ରାଇଭର ଉପରେ ବର୍ଷିଲେ ମହିଳା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
1 min readନୂଆଦିଲ୍ଲୀ: କ୍ୟାବ୍ ଡ୍ରାଇଭର ଉପରେ ବର୍ଷିଲେ ମହିଳା । ୭ ମିନିଟ୍ ବିଳମ୍ୱରେ ଆସିବାରୁ ଡ୍ରାଇଭରକୁ ଖରାପ ଭାଷାରେ ଗାଳି ଦେବା ସହ ଛେପ ପକାଇଲେ ମହିଳା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ୟୁଜର୍ସମାନେ ଡ୍ରାଇଭର ସପକ୍ଷରେ ବାହାରିଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣଙ୍କ କ୍ୟାବ୍ ବୁକ୍ କରିଥିଲେ । କାର୍ ଡ୍ରାଇଭରଟି ୭ ମିନିଟ୍ ବିଳମ୍ୱରେ ପହଞ୍ଚିଥିଲା । ଏହାପରେ ମହିଳା ଜଣଙ୍କ ଡ୍ରାଇଭର ଉପରେ ବର୍ଷିଥିଲେ । ଡ୍ରାଇଭରକୁ ଅଭଦ୍ର ଭାଷାରେ ଗାଳି ଦେବା ସହ ଛେପ ପକାଇଥିଲେ। ଏବଂ ଡ୍ରାଇଭରଟି ଗାଳି ଦେବା ପରିବର୍ତ୍ତେ ବିନମ୍ର ସହିତ ମହିଳାଙ୍କୁ କାରରୁ ଯିବା ପାଇଁ କହିଥିଲା। ଡ୍ରାଇଭର ଜଣଙ୍କ ଏହି ଘଟଣାକୁ ତାଙ୍କ ମୋବାଇଲ ଫୋନରେ ରେକର୍ଡଙ୍ଗ୍ କରିଥିଲେ । ତେବେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ ।
This Cab driver was 7 mins "late".
The woman who booked the cab abused the driver, threatened him and spat on him.
The Taxi Driver never lost his cool. He stayed calm & composed. It is good that he recorded the incident. Otherwise, Samaj would have declared himself the culprit… pic.twitter.com/hVlnSEFkb1
— Incognito (@Incognito_qfs) January 14, 2025