୫୦ ବର୍ଷ ପୂର୍ବେ କୁମ୍ଭମେଳାକୁ ନେଇ ଚିଠି ଲେଖିଥିଲେ ଷ୍ଟିଭ ଜବ୍ସ, ୪.୩୨ କୋଟି ଟଙ୍କାରେ ନିଲାମ ହେଲା ଚିଠି
1 min readନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାଆଡମ୍ବରରେ ଆୟୋଜିତ ହୋଇଛି କୁମ୍ଭମେଳା । ମହାକୁମ୍ଭ ମେଳାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏହି ମହାଆୟୋଜନରେ ସାମିଲ ହୋଇଥିଲେ ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସଙ୍କ ପତ୍ନୀ ଲୌରେନ୍ ପାୱେଲ ଜବ୍ସ । ଏହି ଅବସରରେ ଷ୍ଟିଭ ଜବ୍ସଙ୍କ ଦ୍ୱାରା ୫୦ ବର୍ଷ ପୂର୍ବେ ଲେଖାଯାଇଥିବା ଏକ ଚିଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ୪.୩୨ କୋଟି ଟଙ୍କା ନିଲାମ କରାଯାଇଛି ।
ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସ ୧୯୭୪ ମସିହାରେ ତାଙ୍କ ସାଙ୍ଗଙ୍କ ନିକଟକୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ଭାରତ ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆତ୍କୃଷ୍ଟ ଥିବା ଦର୍ଶାଯାଇଥିଲା । ଭାରତର କୁମ୍ଭମେଳା ବିଷୟରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। କୁମ୍ଭମେଳାକୁ କିଭଳି ଆସିବେ ସେନେଇ ଯୋଜନା କରିଥିଲେ ଷ୍ଟିଭ ଜବ୍ସ ।
ଷ୍ଟିଭ ଜବ୍ସଙ୍କ ଦ୍ୱାରା ଲେଖାଯାଇଥିବା ୫୦ ବର୍ଷର ଏହି ଚିଠିକୁ ନିଲାମ କରାଯାଇଥିଲା। ଜଣେ ବ୍ୟକ୍ତି ଏହି ଚିଠିକୁ ୪.୩୨ କୋଟି ଟଙ୍କାରେ କିଣିଥିଲେ ।
ରିପୋର୍ଟ ଅନୁଯାୟୀ, ୫୦ ବର୍ଷର ଏହି ଚିଠିରେ ଲେଖାଥିଲା କି, ‘ଅପ୍ରେଲ ମାସରେ ଭାରତରେ ଆରମ୍ଭ ହେବାକୁ ଥିବା କୁମ୍ଭମେଳା ପାଇଁ ମୁଁ ଭାରତ ଯିବାକୁ ଚାହୁଁଛି । ମୁଁ ମାର୍ଚ୍ଚ ମାସରେ କୌଣସି ଦିନ ଆସିପାରେ, କିନ୍ତୁ କିଛି ଶୁନିଶ୍ଚିତ ନାହିଁ ‘। ତାଙ୍କ ଚିଠିରେ ସେ ଶେଷକୁ ‘ଶାନ୍ତି’ ଲେଖି ଶେଷ କରିଥିଲେ।
ଏହାପରେ ଷ୍ଟିଭ ଜବ୍ସ ୧୯୭୪ ମସିହାରେ ଭାରତ ଯାତ୍ରା କରିଥିଲେ । ଏହାସହ ଭାରତରେ ୭ ମାସ ରହି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଅତି ନିକଟରୁ ଦେଖିଥିଲେ ଷ୍ଟିଭ ଜବ୍ସ ।