ଇସ୍ରୋର ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ
1 min readନନ୍ଦିଘୋଷ ବ୍ୟୁରୋ: ପ୍ରଥମ ସାଟେଲାଇଟ ଡକିଂ ଅଭିଯାନ ସ୍ଥଗିତ। ଦୁଇ ସାଟେଲାଇଟ ମଧ୍ଯରେ ଗତିଜନିତ ସମସ୍ଯା ପରିଲକ୍ଷିତ ହେବା ପରେ ଏହି ନିଷ୍ପତ୍ତି ନେଇଛି ଇସ୍ରୋ। ଗତ ଜାନୁଆରୀ ୭ରେ ଏହି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ମାତ୍ର ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଭବିଷ୍ୟତର ଅନେକ ମିଶନ ସମେତ ଚନ୍ଦ୍ରଯାନ-୪ ଦିଗରେ ଏହି ଅଭିଯାନ ସହାୟତା କରିବା ଲକ୍ଷ୍ଯ ରହିଛଇ । ସ୍ପେସ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ସାଟେଲାଇଟ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି କହିଥିଲା ଇସ୍ରୋ । ଗତ ଡିସେମ୍ବର ୩୦ରେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଇଥିଲା ଦୁଇଟି ଚେଜର ଓ ଟାର୍ଗେଟ ସ୍ପେଡେସ୍କ ସାଟେଲାଇଟ । ସ୍ପେଡେକ୍ସ ଲଞ୍ଚ ହେବା ପରେ ଏହାର ଡକିଂ ଉପରେ ଗୁରୁତ୍ବ ଦିଆଯାଉଥିଲା ଯାହାକି ବିଭିନ୍ନ ପର୍ଯ୍ୟାୟ ଉପରେ ନିର୍ଭର କରିଥାନ୍ତା । ଦୁଇଟି ଯାକ ସାଟେଲାଇଟକୁ ମନିଟରିଂ କରିବା ଲାଗି ବିଭିନ୍ନ ଗ୍ରାଉଣ୍ଡ ଷ୍ଟେସନକୁ ବ୍ୟବହାର କରାଯାଇଥାନ୍ତା । ସେକଣ୍ଡ ପ୍ରତି ୧୦ ମିଲିମିଟର ଗତିରେ ଚେଜର ସାଟେଲାଇଟ ଟାର୍ଗେଟ ସାଟେଲାଇଟରେ ପ୍ରବେଶ କରିବା ଲକ୍ଷ୍ଯ ରହିଥିଲା । ଥରେ ଦୁଇଟି ଯାକ ଉପଗ୍ରହ ପରସ୍ପର ସହ ସଂଯୁକ୍ତ ହେଲେ ଏହା ଏକ ସିଙ୍ଗଲ ୟୁନିଟରେ ପରିଣତ ହୋଇଥାନ୍ତା।